ରାୟପୁର 20,ଜୁଲାଇ (ହି.ସ)-ଆମେରିକାର ପ୍ରତିଷ୍ଠିତ ଘରୋଇ ଏୟରୋସ୍ପେଶ କମ୍ପାନୀ ଟାଇଟନ ସ୍ପେସ୍
ଇଣ୍ଡଷ୍ଟ୍ରିଜ୍ (ଟିଏସଆଇ) ତାଙ୍କର ପ୍ରଥମ
ମାନବ ମହାକାଶ ଅଭିଯାନ ପାଇଁ ଛତିଶଗଡ଼ର ବିଳାସପୁର ଜିଲ୍ଲାର ପେଣ୍ଡ୍ରା କସ୍ବା ବାସିନ୍ଦା 30 ବର୍ଷୀୟ ରାଜଶେଖର
ପ୍ୟାରୀଙ୍କୁ ମନୋନୀତ କରିଛନ୍ତି। 2029 ରେ ଲଞ୍ଚ ହେବାକୁ ଥିବା ଏହି ମିଶନରେ ରାଜଶେଖରଙ୍କୁ ଗୁରୁତ୍ୱପୂର୍ଣ୍ଣ
ଦାୟିତ୍ୱ ଦିଆଯିବ। ସେ ମହାକାଶଯାନ ପ୍ରଣାଳୀର ପରିଚାଳନା, ମିଶନ ସିମୁଲେସନ୍, ଜିରୋ-ଗ୍ରାଭିଟି ଉଡ଼ାଣ ପ୍ରସ୍ତୁତି, ଜରୁରୀକାଳୀନ
ପ୍ରକ୍ରିୟା ଏବଂ ବୈଜ୍ଞାନିକ ଗବେଷଣା ଭଳି କାର୍ଯ୍ୟରେ ଯୋଗଦାନ ଦେବେ। ରାଜଶେଖର ସାମ୍ବାଦିକମାନଙ୍କ
ଏକ ଆଲୋଚନାରେ କହିଥିଲେ ଯେ ଏବେ ମହାକାଶ ଦୌଡ଼ରେ ଘରୋଇ କମ୍ପାନୀଗୁଡ଼ିକ ବିଶ୍ୱ ପ୍ରତିଭାଙ୍କୁ
ସୁଯୋଗ ଦେଉଛନ୍ତି। ଏହା ଆମ ପରି ଇଞ୍ଜିନିୟର ଏବଂ ଛାତ୍ରମାନଙ୍କ ପାଇଁ ଏକ ନୂତନ ଯୁଗ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା