ସମ୍ବଲପୁର ନାଟ୍ୟକଳା ପରିଷଦ ନିର୍ବାଚନରେ ଡଃ. ମେହେର ନୂଆ ସଭାପତି
ସମ୍ବଲପୁର, ୨୦ ଜୁଲାଇ (ହି.ସ.) ଆଜି ସମ୍ବଲପୁର ସମ୍ବଲପୁର ନାଟ୍ୟକଳା ପରିଷଦର ନିର୍ବାଚନ ବରିଷ୍ଠ ସଦସ୍ୟ ନାଟ୍ୟବିତ ଭବାନୀ ଶଙ୍କର ଦାଶଙ୍କ ପରିଚାଳନା ଓ ସଦସ୍ୟ ଅଶୋକ କୁମାର ମିଶ୍ରଙ୍କ ସହଯୋଗୀତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡଃ. ସୁରୁବାବୁ ମେହେର ସଭାପତି, ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଉପ ସଭାପତ
ସମ୍ବଲପୁର ନାଟ୍ୟକଳା ପରିଷଦ ନିର୍ବାଚନରେ ଡ଼. ମେହେର ନୂଆ ସଭାପତି


ସମ୍ବଲପୁର ନାଟ୍ୟକଳା ପରିଷଦ ନିର୍ବାଚନରେ ଡ଼. ମେହେର ନୂଆ ସଭାପତି


ସମ୍ବଲପୁର, ୨୦ ଜୁଲାଇ (ହି.ସ.) ଆଜି ସମ୍ବଲପୁର ସମ୍ବଲପୁର ନାଟ୍ୟକଳା ପରିଷଦର ନିର୍ବାଚନ ବରିଷ୍ଠ ସଦସ୍ୟ ନାଟ୍ୟବିତ ଭବାନୀ ଶଙ୍କର ଦାଶଙ୍କ ପରିଚାଳନା ଓ ସଦସ୍ୟ ଅଶୋକ କୁମାର ମିଶ୍ରଙ୍କ ସହଯୋଗୀତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡଃ. ସୁରୁବାବୁ ମେହେର ସଭାପତି, ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଉପ ସଭାପତି, ଡ.ସିଦ୍ଧାର୍ଥ ପଣ୍ଡା ସମ୍ପାଦକ,ବିରୂପାକ୍ଷ ପ୍ରଧାନ ସହ ସମ୍ପାଦକ ଓ ପୂର୍ଣ୍ଣଚନ୍ଦ୍ର ଦାଶ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି।

କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଗୋରେଖଲାଲ ଦାସ, ପ୍ରଶାନ୍ତ ମହାରଣା, ଦୀନବନ୍ଧୁ ପଣ୍ଡା, ଶିରୀଷ ପୂଜାରୀ,ଯୋଗେଶ କୁମାର ନନ୍ଦ, ତାପସ ରଞ୍ଜନ ସାହୁ ଓ ଗାୟତ୍ରୀ ବହିଦାର ନିର୍ବାଚିତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande