ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ବିଭାଗ, ସିଲାବସ କମିଟିର ଅଧ୍ୟକ୍ଷ ରୂପେ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ମନୋନୀତ
ମାଲକାନଗିରି, ୨୦ ଜୁଲାଇ (ହି.ସ.) - ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ୨୦୨୪/୨୫ ଶିକ୍ଷାବର୍ଷ ପାଇଁ ସିଲାବସ କମିଟିର ଅଧ୍ୟକ୍ଷ ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଙ୍କୁ ମନୋନୀତ କରାଯାଇଛି । ଏହି କମିଟିରେ ଡକ୍ଟର ଦେବଦତ ଇନଦୋରିଆ ବାଣିଜ୍ୟ ବିଭାଗ
ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ବିଭାଗ, ସିଲାବସ କମିଟିର ଅଧ୍ୟକ୍ଷ ରୂପେ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମନୋନୀତ


ମାଲକାନଗିରି, ୨୦ ଜୁଲାଇ (ହି.ସ.) - ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ୨୦୨୪/୨୫ ଶିକ୍ଷାବର୍ଷ ପାଇଁ ସିଲାବସ କମିଟିର ଅଧ୍ୟକ୍ଷ ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଙ୍କୁ ମନୋନୀତ କରାଯାଇଛି । ଏହି କମିଟିରେ ଡକ୍ଟର ଦେବଦତ ଇନଦୋରିଆ ବାଣିଜ୍ୟ ବିଭାଗର ମୁଖ୍ୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ମୁଖ୍ୟ ଏବଂ ସଚିନ କୁମାର ନାୟକ ସହକାରୀ ପ୍ରଫେସର ଆଭ୍ୟନ୍ତରୀଣ ସଦସ୍ୟ ରୂପେ ଥିଲାବେଳେ ବାହ୍ୟ ସଦସ୍ୟ ରୂପେ ମନୋଜ କୁମାର ବେହେରା, ବିକାଶ କୁମାର ଭୂୟାଁ, ଗୁଣୁପୁର, ଡକ୍ଟର ସ୍ମୃତିରଞ୍ଜନ ଦାସ ବାଣିଜ୍ୟ ବିଭାଗର ମୁଖ୍ୟ, କିଟ୍ ବିଶ୍ୱବିଦ୍ୟାଳୟ ରୂପେ ଚୟନ କରାଯାଇଛି । ଏହି କମିଟି ଦ୍ୱାରା ସ୍ନାତକ ଏବଂ ସ୍ନାତକତୋର ବାଣିଜ୍ୟ ମେଜର୍ ମାଇନର୍ ଏବଂ ଏ.ଇ.ଡି.ପି ନୂତନ ଶିକ୍ଷାନୀତି ୨୦୨୦/୨୦ ପାଠ୍ୟ ପୁସ୍ତକ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି କମିଟି ଦ୍ୱାରା ଅନୁମୋଦନ କରାଯାଇଛି । ଏ.ଇ.ଡି.ପି ପ୍ରଥମ ବର୍ଷ ଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ପ୍ରଶିକ୍ଷଣ ଓ ତାଲିମ୍ ନେବା ସହିତ ନିଯୁକ୍ତି ପାଇବାରେ ସହାୟକ ହେବ ଏଥିସହ +୩ ବାଣିଜ୍ୟ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଲି କମିଟି ଦ୍ୱାରା ଚୟନ କରାଯାଇଛି । ଏମ୍‌.କମ୍ ରେ ମଧ୍ୟ ଚାରୋଟି ସେମିଷ୍ଟାର ୨୦୦୦ ମାର୍କ ସହିତ ଡିଜରଟେସନ ବାଧ୍ୟତା ମୂଳକ କରାଯାଇଛି । ଏହି ଅବସରରେ ଓ.ଏସ.ଡି ପ୍ରଫେସର ଦେବୀ ପ୍ରସାଦ ମିଶ୍ର, କୂଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନଙ୍କୁ କମିଟି ଦ୍ୱାରା ସିଲାବସ ଅନୁମୋଦନ ପାଇଁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande