ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଜରୁରୀ ବୈଠକ
ବାରିପଦା, ୨୦ ଜୁଲାଇ (ହି.ସ.)- ଆଜି ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମୟୂରଭଞ୍ଜ ଶାଖା କାର୍ଯ୍ୟ ନିର୍ବାହୀ ସମିତିର ଏକ ଜରୁରୀ ବୈଠକ ସଭାପତି ଚିତ୍ତରଞ୍ଜନ ପ୍ରତିହାରୀଙ୍କ ସଭାପତିତ୍ବରେ ବାରିପଦା କଲ୍ୟାଣୀ ମହିଳା ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଏଡ ଶିକ୍ଷା
Shikshaka sangha baithaka ।


ବାରିପଦା, ୨୦ ଜୁଲାଇ (ହି.ସ.)- ଆଜି ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମୟୂରଭଞ୍ଜ ଶାଖା କାର୍ଯ୍ୟ ନିର୍ବାହୀ ସମିତିର ଏକ ଜରୁରୀ ବୈଠକ ସଭାପତି ଚିତ୍ତରଞ୍ଜନ ପ୍ରତିହାରୀଙ୍କ ସଭାପତିତ୍ବରେ ବାରିପଦା କଲ୍ୟାଣୀ ମହିଳା ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଏଡ ଶିକ୍ଷାଗତ ଯୋଗ୍ୟତା ଥିବା ଏମସିଟି ଶିକ୍ଷକଙ୍କୁ ଆଶ୍ରମ ସ୍କୁଲରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀରେ ପଦୋନ୍ନତି ଦେଇ ଖାଲି ରହିଥବା ପଦବୀ ପୂରଣ କରାଯିବା ପ୍ରାବଧାନ ରହିଛି । ସେହିପରି ଯେଉଁ ଏମସିଟି ଶିକ୍ଷକଙ୍କର ବିଏଡ ଶିକ୍ଷଗତ ଯୋଗ୍ୟତା ନାହିଁ ସେମାନଙ୍କର ସ୍ବତନ୍ତ୍ର ଗ୍ରେଡେସନ ତାଲିକା ପ୍ରକାଶ କରାଯାଇ ବରିଷ୍ଠତା ଆଧାରରେ ଟିଜିଟି ପ୍ରଧାନଶିକ୍ଷକ ପଦବୀ ସୃଷ୍ଟି ହୋଇ ନଥ‌ିବା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ନିଯୁକ୍ତି ପ୍ରଦାନ କରିବାକୁ ସଂଘ ବାରମ୍ବାର ଦାବି କରୁଥିଲେ ହେଁ, ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କରି କନିଷ୍ଠ ମାନଙ୍କୁ ପ୍ରଧାନଶିକ୍ଷକ ପଦରେ ଅବସ୍ଥାନ କରୁଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧିପାଉଛି । ସେହିପରି ନିକଟ ଅତୀତରେ ଘଟିଯାଇଥବା ବଦଳି ପ୍ରକ୍ରିୟାରେ ନାନା ଅସଙ୍ଗତି ରହିଥ‌ିବାରୁ ଉପସ୍ଥିତ ସଦସ୍ୟ ଏହାର ସଂଶୋଧନ କରିବାକୁ ଦାବି ଉପସ୍ଥାପନ କରିଥିଲେ । ସାମ୍ପ୍ରତିକ ବଜାରଦରର ଅହେତୁକ ବୃଦ୍ଧି ଯୋଗୁଁ ମେସ ପରିଚାଳନାରେ ଭାରାକ୍ରାନ୍ତ ହୋଇ ବିଭାଗୀୟ ଶିକ୍ଷକମାନେ କିପରି ମାନସିକ ଚାପରେ କଷ୍ଟପାଉଛନ୍ତି । ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ ସକାଶେ ଦାବି ଉପସ୍ତାପନ କରିଥିଲେ । ଏଣୁ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏଗୁଡିକର କାର୍ଯ୍ୟକାରିତା ଦିଗରେ ଆଲୋଚନା କରିବାକୁ ନିଷ୍ପତି ହୋଇଛି । ଯଦି ଆଲୋଚନା ସକାରାତ୍ମକ ନହେବ, ତେବେ ଜିଲ୍ଲା ସଂଘ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବ ବୋଲି କୁହାଯାଇଛି ।

ବୈଠକରେ ସାଧାରଣ ସମ୍ପାଦକ ଧ୍ରୁବଚରଣ ମୁର୍ମୁ, ବରିଷ୍ଠ ଉପଦେଷ୍ଟା ଦେବେନ୍ଦ୍ର ପଣ୍ଡା, ଦୀପକ କୁମାର ଦଣ୍ଡପାଟ, ବିଶ୍ବନାଥ ସାହୁ, ରାଜ୍ୟ ପ୍ରତିନିଧି ବସନ୍ତ କୁମାର ବେହେରା, ରୋହିନ କୁମାର ମହାନ୍ତି ପ୍ରମୁଖ ସମସ୍ତ ସଂଘୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande