କୈଳାସ ମାନସରୋବର ଯାତ୍ରା ଦଳରେ ସାମିଲ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଘୋଡାରୁ ପଡ଼ି ଆହତ
ଡେରାଡୁନ୨୦ ଜୁଲାଇ (ହି.ସ.)- କୈଳାସ ମାନସରୋବର ଯାତ୍ରାର ଦ୍ୱିତୀୟ ଦଳରେ ସାମିଲ ପୂର୍ବତନ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏବଂ ଭାଜପାର ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖି ତିବ୍ବତର ଦାରଚିନରେ ଘୋଡାରୁ ପଡ଼ି ଆହତ ହୋଇଛନ୍ତି। ତାଙ୍କର ଅଣ୍ଟାରେ ଆଘାତ ଲାଗିଛି। ତାଙ୍କୁ
କୈଳାସ ମାନସରୋବର ଯାତ୍ରା ଦଳରେ ସାମିଲ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଘୋଡାରୁ ପଡ଼ି ଆହତ


ଡେରାଡୁନ୨୦ ଜୁଲାଇ (ହି.ସ.)- କୈଳାସ ମାନସରୋବର ଯାତ୍ରାର

ଦ୍ୱିତୀୟ ଦଳରେ ସାମିଲ ପୂର୍ବତନ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏବଂ ଭାଜପାର ବରିଷ୍ଠ ନେତ୍ରୀ

ମୀନାକ୍ଷୀ ଲେଖି ତିବ୍ବତର ଦାରଚିନରେ ଘୋଡାରୁ ପଡ଼ି ଆହତ ହୋଇଛନ୍ତି। ତାଙ୍କର ଅଣ୍ଟାରେ ଆଘାତ

ଲାଗିଛି। ତାଙ୍କୁ ଭାରତ ଫେରାଇ ଅଣାଯାଉଛି।କରୋନା କାଳରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରା ୫

ବର୍ଷ ପରେ ପୁଣି ଆରମ୍ଭ ହୋଇଛି। ଯାତ୍ରୀଙ୍କ ପ୍ରଥମ ଦଳ ସୁରକ୍ଷିତ ଭାବରେ ଫେରିଛନ୍ତି। ଦ୍ୱିତୀୟ

ଦଳ ବାଟରେ ଅଛି। ୪୮ ଜଣ ଯାତ୍ରୀଙ୍କ ଦ୍ୱିତୀୟ ଦଳରେ ସାମିଲ ଭାଜପାର ବରିଷ୍ଠ ନେତ୍ରୀ ଏବଂ

ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଶନିବାର ଘୋଡାରେ ଯାତ୍ରା କରୁଥିଲେ। ତିବ୍ବତର ଦାରଚିନ ନିକଟରେ ସେ ଘୋଡାରୁ ପଡ଼ିଯାଇଥିଲେ, ଯାହା ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ତାଙ୍କୁ

ଯାତ୍ରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ଏହି ସମୟରେ ଏକ୍ସ-ରେରେ ତାଙ୍କ

ମେରୁଦଣ୍ଡରେ ଆଘାତ ହୋଇଥିବା ନିଶ୍ଚିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande