କୋଟିଆ ଠାରେ ମେଗା ସ୍ବାସ୍ଥ୍ୟ ଶିବିର
ଜୟପୁର, ୨୦ ଜୁଲାଇ (ହି.ସ.)- କୋରାପୁଟ ଜିଲାପାଳ ଭି.କୀର୍ତ୍ତି ୱାସନଙ୍କ ନିର୍ଦେଶକ୍ରମେ ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତ ନେରେଡିୱାଲସା ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗ୍ରାମପୁଞ୍ଜରୁ ୨୮୬ ଜଣ ହିତାଧିକାରୀ ଯୋଗ ଦ
କୋଟିଆ ଠାରେ ମେଗା ସ୍ବାସ୍ଥ୍ୟ ଶିବିର


ଜୟପୁର, ୨୦ ଜୁଲାଇ (ହି.ସ.)-

କୋରାପୁଟ ଜିଲାପାଳ ଭି.କୀର୍ତ୍ତି ୱାସନଙ୍କ ନିର୍ଦେଶକ୍ରମେ ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତ ନେରେଡିୱାଲସା ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗ୍ରାମପୁଞ୍ଜରୁ ୨୮୬ ଜଣ ହିତାଧିକାରୀ ଯୋଗ ଦେଇଥିଲେ। ୩୫ଜଣ ସ୍ତ୍ରୀ ଓ ପ୍ରସୂତି, ୯୨ ଜଣ ଶିଶୁ, ୮୭ ଚକ୍ଷୁ ରୋଗୀ ଓ ୭୨ ଜଣ ଅନ୍ୟ ସାଧାରଣ ରୋଗୀ ଯୋଗ ଦେଇଥିଲେ । ୧୯୪ ଜଣଙ୍କର ରକ୍ତଚାପ, ରକ୍ତସର୍କରା ଆଦି ଅଣ ସଂକ୍ରାମକ ରୋଗ ପରୀକ୍ଷା ଓ ପରାମର୍ଶ ଦିଆଯାଇଥିଲା । ସେହିପରି ୧୧୨ଜଣଙ୍କ ମେଲେରିଆ ପରୀକ୍ଷା, ଦୃଷ୍ଟିଦୋଷ ଥିବା ୩୧ ଜଣଙ୍କୁ ମାଗଣା ଚଷମା ବଣ୍ଟନ ସହିତ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ଭାଗବତ ମୁର୍ମୁ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ା.ସନ୍ତୋଷ କୁମାର ପଣ୍ଡା, ଶିଶୁରୋଗ ବିଶେଷଜ୍ଞ ଡ଼ା.ଶମ୍ଭୁ ଶଙ୍କର ପାତ୍ର, କୋଟିଆ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ବିରେଶ କୁମାର ମହାପାତ୍ର, ଡ଼ା.ଦୁର୍ଗା ମାଧବ ପଣ୍ଡା ଓ ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ଯୋଗ ଦେଇ ଚିକିତ୍ସା କରିଥିଲେ । ପଟ୍ଟାଙ୍ଗି ପଞ୍ଚାୟତ ସମିତି ପକ୍ଷରୁ ଏବିଡିଓ ବେଦାନ୍ତ କୁମାର ମାଝୀ, ଏଇଇ ବିଶ୍ୱନାଥ ମାଦାନି, ବିଏସଏସଓ ସୁଧିର କୁମାର ଦାଶ, ଏପିଓ ସୌମେନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ ଓ ପିଇଓ କଣ୍ଡା ଗୋଲାରୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ସେହିପରି ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିପିଏମ ରଶ୍ମିତା ସ୍ୱାନ, ପିଏଚଇଓ ଆରତୀ ଗୁଡିଆ ଓ ସୁପରଭାଇଜର ସୁବ୍ରତ ଶର୍ମାଙ୍କ ସହିତ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande