ହିନ୍ଦୁ ସମାଜକୁ ବିଖଣ୍ଡିତ କରୁଥିବା ଶକ୍ତିମାନଙ୍କୁ ଦେବେ ଶକ୍ତ ଜବାବ- ଆଲୋକ କୁମାର
ମୁମ୍ବାଇ, ୨୦ ଜୁଲାଇ(ହି.ସ.) – ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବରିଷ୍ଠ ଅଧିବକ୍ତା ଆଲୋକ କୁମାର କହିଛନ୍ତି ଯେ ହିନ୍ଦୁ ସମାଜକୁ ବିଖଣ୍ଡିତ କରୁଥିବା ଶକ୍ତିମାନଙ୍କୁ ଶକ୍ତ ଜବାବ ଦିଆଯିବ। ହିନ୍ଦୁ ସମାଜର ସଂକଳ୍ପ ଯେ ଏବେ ମନ୍ଦିର ସରକାରୀ କବ୍‌ଜାରେ ରହିବେ ନାହିଁ। ସମାଜ ଏବେ ତାଙ୍
ହିନ୍ଦୁ ସମାଜକୁ ବିଖଣ୍ଡିତ କରୁଥିବା ଶକ୍ତିମାନଙ୍କୁ ଦେବେ ଶକ୍ତ ଜବାବ- ଆଲୋକ କୁମାର


ମୁମ୍ବାଇ, ୨୦ ଜୁଲାଇ(ହି.ସ.) – ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବରିଷ୍ଠ ଅଧିବକ୍ତା ଆଲୋକ କୁମାର କହିଛନ୍ତି ଯେ ହିନ୍ଦୁ ସମାଜକୁ ବିଖଣ୍ଡିତ କରୁଥିବା ଶକ୍ତିମାନଙ୍କୁ ଶକ୍ତ ଜବାବ ଦିଆଯିବ। ହିନ୍ଦୁ ସମାଜର ସଂକଳ୍ପ ଯେ ଏବେ ମନ୍ଦିର ସରକାରୀ କବ୍‌ଜାରେ ରହିବେ ନାହିଁ। ସମାଜ ଏବେ ତାଙ୍କୁ ମୁକ୍ତ କରାଇବ।

ଆଲୋକ କୁମାର ରବିବାର ଦିନ ମହାରାଷ୍ଟ୍ରର ଜଲଗାଓଁରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପ୍ରବନ୍ଧ ସମିତିର ଦୁଇଦିନିଆ ବୈଠକକୁ ସମ୍ବୋଧିତ କରିଥିଲେ। ବୈଠକରେ ହୋଇଥିବା ନିଷ୍ପତିର ସୂଚନା ଦେଇ କହିଛନ୍ତି ଯେ ବୈଠକରେ ଜାତି, ଭାଷା, ପ୍ରାନ୍ତ, କ୍ଷେତ୍ର ଏବଂ ଲିଙ୍ଗ ଇତ୍ୟାଦିର ଆଧାରରେ ହିନ୍ଦୁ ସମାଜର ବିବିଧ ଘଟକୋକୁ ଅଲଗା ଅଲଗା କରିବାର ବିଭାଜନକାରୀ ସାମନିକତା ବିରୁଦ୍ଧରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଥିଲା, ଯେଉଁଥିରେ ସମସ୍ତ କାର୍ଯ୍ୟକର୍ତାମାନେ, ପୂଜ୍ୟ ସନ୍ଥ ଏବଂ ସାମାଜିକ ସଂଗଠନ ସହିତ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ଆହ୍ୱାନ କରାଯାଇଥିଲା ଯେ ସେ ସମାଜକୁ ଭାଙ୍ଗୁଥିବା ଏହି ଶକ୍ତିମାନଙ୍କୁ ଚିହ୍ନି ନିଜ ଅନ୍ତର୍ନିହିତ ଭେଦଭାବକୁ ଦୂର କରନ୍ତୁ, ସଂଗଠିତ ରହନ୍ତୁ ତେବେ ଆମକୁ ନା କେହି ଭାଙ୍ଗିପାରିବେ।

ଆଲୋକ କୁମାର କହିଛନ୍ତି ଯେ କେବେ ପିଡିଏ ପୁଣି କେବେ ମିମ୍‌-ଭୀମ, କେବେ ଆର୍ଯ୍ୟ ଦ୍ରାବିଡ ପୁଣି କେବେ ମହିଷାସୁର- ଦୁର୍ଗା, କେବେ ଭାଷା-ଜାତି କେବେ ରାଜ୍ୟ ଏବଂ କ୍ଷେତ୍ରବାଦ, କେବେ ଓଆର୍‌ପି ପରି ବିଷୟ ମାଧ୍ୟମରେ କିଛି ହିନ୍ଦୁ ଦ୍ରୋହୀ ଶକ୍ତିମାନେ ହିନ୍ଦୁ ସମାଜର ଏକଜୁଟତାକୁ ଭାଙ୍ଗିବାକୁ ଲାଗିଛନ୍ତି। ଆମେ ୧୯୬୯ରେ ସଂକଳ୍ପ ନେଇଥିଲେ ଯେ ହିନ୍ଦୱା ସୋଦରା ସର୍ବେ, ନା ହିନ୍ଦୁ ପତିତ ଭବେତ, ଅର୍ଥାତ୍ ହିନ୍ଦୁ ଆମେ ସବୁ ଭାଇ। କୌଣସି ଉଚ୍ଚ ନିଚ୍ଚ ନୁହେଁ। ଆମେ ହିନ୍ଦୁ ବିରୋଧିଙ୍କ ବିଭାଜନକାରୀ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ ହେବାକୁ ଦେବୁ ନାହିଁ।

ବିହିପର ଏହି କେନ୍ଦ୍ରୀୟ ପ୍ରବନ୍ଧ ସମିତ ବୈଠକରେ ସଂଗଠିତ ଏବଂ ସଶକ୍ତ ହିନ୍ଦୁ ସମାଜ ବିଖଣ୍ଡନର ଷଡ଼ଯନ୍ତ୍ରର ଏକମେବ ସମାଧାନ ନାମରେ ପାରିତ ଏକ ପ୍ରସ୍ତାବରେ କୁହାଯାଇଛି ଯେ ଏହି ବିଘଟନକାରୀ ପ୍ରବୃତି ପଛରେ ବିସ୍ତାରବାଦୀ ଚର୍ଚ୍ଚ, କଟ୍ଟରପନ୍ଥୀ ଇସ୍ଲାମ, ମାକ୍ସବାଦ, ଧର୍ମନିରପେକ୍ଷବାଦୀ ତଥା ବାଜାରବାଦୀ ଶକ୍ତିମାନଙ୍କ ତୀବ୍ରଗତିରେ ପ୍ରଗତିଶୀଳତାବାଦୀ, ଧର୍ମାନ୍ତରଣକାରୀ ଶକ୍ତିମାନଙ୍କୁ ଏବଂ ଭାରତ ବିରୋଧି ବୈଶ୍ୱିକ ସମୁହ ମଧ୍ୟ ସକ୍ରିୟ ଅଟନ୍ତି। ଏହାର ଅନ୍ତିମ ଲକ୍ଷ୍ୟ ହିନ୍ଦୁ ସମାଜକୁ ଭାଙ୍ଗିବା ଏବଂ ଭାରତର ମୂଳରେ ପ୍ରହାର କରିବା। ପ୍ରସ୍ତାବରେ ହିନ୍ଦୁ ସମାଜକୁ ଆହ୍ୱାନ କରାଯାଇଛି ଯେ ସେ ବିଖଣ୍ଡନକାରୀ ଶକ୍ତିମାନଙ୍କୁ ଚିହ୍ନି ନିଜ ଅନ୍ତର୍ନିହିତ ଭେଦଭାବକୁ ଜଡ଼ରୁ ସମାପ୍ତ କରନ୍ତୁ। ଏଥିରେ ସରକାରଙ୍କ ମଧ୍ୟ ନୈତିକ ଶିକ୍ଷାକୁ ପାଠ୍ୟକ୍ରମରେ ସମାବିଷ୍ଟ କରିବାକୁ ଆହ୍ୱାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande