କେଛୁପାଣିରେ ସଶସ୍ତ୍ର ଡକାୟତି : ଜଣେ ଆହତ
ସମ୍ବଲପୁର, ୨୦ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବାମରା ବ୍ଳକ୍ ଅନ୍ତର୍ଗତ କେଛୁପାଣି ଗ୍ରାମରେ ଗତ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଡକାୟତି ସଂଘଟିତ ହୋଇଛି । ରାତ୍ରି ପ୍ରାୟ ୧ଟା ସମୟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟବସାୟୀ ରୁଦ୍ରାକ୍ଷ ସାହୁଙ୍କ ଘ
କେଛୁପାଣିରେ ସଶସ୍ତ୍ର ଡକାୟତି : ଜଣେ ଆହତ


ସମ୍ବଲପୁର, ୨୦ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବାମରା ବ୍ଳକ୍ ଅନ୍ତର୍ଗତ କେଛୁପାଣି ଗ୍ରାମରେ ଗତ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଡକାୟତି ସଂଘଟିତ ହୋଇଛି । ରାତ୍ରି ପ୍ରାୟ ୧ଟା ସମୟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟବସାୟୀ ରୁଦ୍ରାକ୍ଷ ସାହୁଙ୍କ ଘରେ ବଳପୂର୍ବକ ପ୍ରବେଶ କରିଥିଲେ । ଦୁର୍ବୃତ ମାନେ ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରାଇ ଲକ୍ଷାଧିକ ନଗଦ ଟଙ୍କା ଓ ସୁନା ରୂପା ଅଳଙ୍କାର ଲୁଟି ନେଇଥିଲେ ବୋଲି ଗୃହକର୍ତା ଶ୍ରୀ ସାହୁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଦୁର୍ବୃତଙ୍କ ଆଖିବୁଜା ମାଡ଼ରେ ଗୃହକର୍ତା ଶ୍ରୀ ସାହୁଙ୍କ ବଡ଼ପୁଅର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ବାମରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଡକାୟତମାନେ ଲୁଟି ନେଇଥିବା ସମ୍ପତିର ପରିମାଣ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି । ମୂଳତଃ ରୁଦ୍ରାକ୍ଷଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ କେଶାଇବାହାଲ ଓ ବାମରାରେ ରହିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୁଚନାଯୋଗ୍ୟ କିଛି ମାସ ପୂର୍ବରୁ ଏହି ଥାନା ଅଂଚଳର ମଝିପଡ଼ାର ବ୍ୟବସାୟୀ ଗୋଲୁ ଖଣ୍ଡେଲୱାଲଙ୍କ ଘରେ ମଧ୍ୟ ସଶସ୍ତ୍ର ଡକାୟତି ହୋଇଥିଲା । ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ଅଦ୍ୟାବଧି ପୋଲିସ ଏହାର ସୁରାକ୍ ପାଇନଥିବା କୁହାଯାଉଛି । ଏବେ ଏହି ଘଟଣାର ତଦନ୍ତ କରି କେବେ ପୋଲିସ ଲୋକଙ୍କ ବିଶ୍ୱାସ ଭାଜନ ହେବା ତାହା ପ୍ରଶ୍ନବାଚୀ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande