ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ଓଡିଶା ଆଦର୍ଶ ବିଦ୍ୟାଳୟ, ଧୋବାତୋଟା ଠାରେ ଆଇନ ସଚେତନତା ଶିବିର
Legalaids Awerness program in Adarsha vidyalaya
ଫୋଟ


କନ୍ଧମାଳ, ୨୦ ଜୁଲାଇ (ହି.ସ.) ଓଡିଶା ଆଦର୍ଶ ବିଦ୍ୟାଳୟ, ଧୋବାତୋଟା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ଏକ ଆଇନ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା।

ଉକ୍ତ ସଚେତନତା ଶିବିରରେ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଦୋଳଗୋବିନ୍ଦ ବାରିକ, ରମାକାନ୍ତ ମହାନ୍ତି, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ଡି.ଏସ.ପି. ଫୁଲବାଣୀ, ସର୍ବେଶ୍ଵର ବେହେରା, ଆଇନଜୀବୀ ଦେବରାଜ୍ ସାହାଣୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ସମ୍ମୁଖ କାର୍ଯ୍ୟାଳୟ ରିଟେନର୍ ଅନୁପ ନାରାୟଣ ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ ଧୋବାତୋଟା ର ପ୍ରିନ୍ସିପାଲ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ପାରା ଲିଗାଲ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ ।

ଉକ୍ତ ସଚେତନତା ଶିବିରରେ କିଶୋର ନ୍ୟାୟ ଆଇନ୍, ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ବିଷୟରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ମାଗଣା ଆଇନ ସେବା ପାଇବା ପାଇଁ ଉପଲବ୍ଧ ଥିବା ନାଲ୍ସା ହେଲ୍ପଲାଇନ ନମ୍ବର ୧୫୧୦୦ ଓ ନଲ୍ସା ପୋର୍ଟାଲ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande