ଜୟପୁର, ୨୦ ଜୁଲାଇ (ହି.ସ.)- ଜୟପୁର ସହର ପାରାବେଢାରେ ଥିବା ଏସବିଆଇ ଏଟିଏମ ଲୁଟ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ୨ ଜଣକୁ କବୁ କରିଛି । ସ୍ୱଷ୍ଟ ଦିବା ଲୋକରେ ଏଟିଏମଙ୍କୁ ଭାଙ୍ଗୁଥିବା ବେଳେ ସ୍ଥାନାୟ ବାସିନ୍ଦା ଦେଖି କାବୁ କରିଥିଲେ । ଘଟଣାସ୍ଥଳରେ ଜୟପୁର ଟାଉନ ପୋଲିସ ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦା କାବୁ କରିଥିବା ୨ ଜଣ ଲୁଟେରାଙ୍କୁ ପୋଲିସ ହାତରେ ଜିମା ଦେଇଥିଲେ । ଦୁଇ ଜଣ ଲୁଟେରା ବାହାର ରାଜ୍ୟର ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଏଟିଏମ ଭାଙ୍ଗୁଥିବା ବଳେ ଏଟିଏମ ସର୍ଟର ପକାଇ ୨ ଲୁଟେରାକୁ ରଖିବା ପରେ ପୋଲିସକୁ ଜିମା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି