ନାବାଳକକୁ ଛୁରାମାଡ, ପୋଲିସର ତଦନ୍ତ ଆରମ୍ଭ
ଜୟପୁର, ୨୦ ଜୁଲାଇ (ହି.ସ.)- ଜୟପୁର ନୁଆସାହିରେ ଏକ ନାବାଳକକୁ ଗୋଷ୍ଠି ଭିତ୍ତିକ ଭାବେ ଛୁରାମାଡ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଖ୍ରୀଷ୍ଟିଆନ ସାହିର କିଛି ଯୁବକ ନୂଆସାହି ୩ୟ ଗଳିକୁ
ନାବାଳକକୁ ଛୁରାମାଡ, ପୋଲିସର ତଦନ୍ତ ଆରମ୍ଭ


ଜୟପୁର, ୨୦ ଜୁଲାଇ (ହି.ସ.)- ଜୟପୁର ନୁଆସାହିରେ ଏକ ନାବାଳକକୁ ଗୋଷ୍ଠି ଭିତ୍ତିକ ଭାବେ ଛୁରାମାଡ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଖ୍ରୀଷ୍ଟିଆନ ସାହିର କିଛି ଯୁବକ ନୂଆସାହି ୩ୟ ଗଳିକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍‌ତଗୋଳ ହେବା ପରେ ନୂଆସାହି ଅଞ୍ଚଳର ଜଣେ ନାବାଳକ ରାହୁଲ(୧୫)କୁ ଛୁରୀରେ ଆକ୍ରମଣ କରିଥିଲେ। ତୁରନ୍ତ ନାବାଳକକୁ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ପରେ ତାକୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପୁଲିସ ପ୍ରକାଶ କରିଛି।

ପ୍ରକାଶଥାଉକି, ଗତକାଲି ଉଭୟ ଗୋଷ୍ଠିଙ୍କ ମଧ୍ୟରେ ପାଟିତୁଣ୍‌ତ ଓ ବଚସା ହୋଇଥିଲା। ରାତ୍ର ୮ଟାରେ ନାବାଳକଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଏକ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରି ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande