ପାଞ୍ଚବର୍ଷ ହେଲା ଶ୍ରମିକ କର୍ମଚାରୀଙ୍କ ମଜୁରୀ ନିର୍ଧାରଣକୁ ନେଇ ଲୁଚକାଳି ଖେଳ ଖେଳୁଛି ଓଡିଶା ଜଳବିଦ୍ୟୁତ ନିଗମ : ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶାନ୍ତିପୂର୍ଣ ପ୍ରତିବାଦ ଆଜିଠାରୁ ଆରମ୍ଭ
ଜୟପୁର, ୨୦ ଜୁଲାଇ (ହି.ସ.)- ଜଳବିଦ୍ୟୁତ କେନ୍ଦ୍ର ଓ ଓଡିଶା ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ସୋମବାର ତା ୨୧.୦୭.୨୦୨୫ ଠାରୁ ମୁଖ୍ୟ ଦପ୍ତର ଓ ଜଳବିଦ୍ୟୁତ କେନ୍ଦ୍ର ଆଗରେ ତିନିଦିନିଆ ଶାନ୍ତିପୂର୍ଣ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ହେବ I ବର୍ତ୍ତମାନ ଓଡିଶା ଜଳବିଦ୍ୟୁତ ନିଗମର ନୂତନ
ପାଞ୍ଚବର୍ଷ ହେଲା ଶ୍ରମିକ କର୍ମଚାରୀଙ୍କ ମଜୁରୀ ନିର୍ଧାରଣକୁ ନେଇ ଲୁଚକାଳି ଖେଳ ଖେଳୁଛି ଓଡିଶା ଜଳବିଦ୍ୟୁତ ନିଗମ : ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶାନ୍ତିପୂର୍ଣ ପ୍ରତିବାଦ ଆଜିଠାରୁ ଆରମ୍ଭ


ଜୟପୁର, ୨୦ ଜୁଲାଇ (ହି.ସ.)- ଜଳବିଦ୍ୟୁତ କେନ୍ଦ୍ର ଓ ଓଡିଶା ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ସୋମବାର ତା ୨୧.୦୭.୨୦୨୫ ଠାରୁ ମୁଖ୍ୟ ଦପ୍ତର ଓ ଜଳବିଦ୍ୟୁତ କେନ୍ଦ୍ର ଆଗରେ ତିନିଦିନିଆ ଶାନ୍ତିପୂର୍ଣ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ହେବ I ବର୍ତ୍ତମାନ ଓଡିଶା ଜଳବିଦ୍ୟୁତ ନିଗମର ନୂତନ ମାଳମ୍ବ ସମ୍ବଳ ମୁଖ୍ୟ ଦାଇତ୍ବ ନେବା ପରଠାରୁ କେବଳ ଅବସର ପ୍ରାପ୍ତ କର୍ମଚାରୀଙ୍କୁ କିପରି ନିଯୁକ୍ତି ଦିଆଯିବ ସେ ନେଇ ବେଶ ତପ୍ତରତା ଦେଖାଉଥ‌ିବା ବେଳେ ନୂତନ ନିଯୁକ୍ତ କର୍ମଚାରୀ ଓ ପୁରୁଣା କର୍ମଚାରୀଙ୍କ ସମସ୍ୟା ବୁଝିବାରେ ଅନିଚ୍ଛା ପ୍ରକାଶ କରିବା ଦ୍ବାରା କର୍ମଚାରୀଙ୍କ ମହଲରେ ଅଶାନ୍ତି ଦିନକୁ ଦିନ ବୃଦ୍ଧିପାଉଛି I ଯାହାଫଳରେ ନିରୀହ ବିଦ୍ୟୁତ ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲାଗିଛି, ଦୀର୍ଘ ୫୦ ବର୍ଷ / ୭୦ ବର୍ଷ ତଳେ ନିର୍ମିତ ସରକାରୀ ବାସଗୃହ ଗୁଡିକରେ ଯେଉଁଠାରେ ଗାଧୁଆ ଘର ଟିଏ ନାହିଁ କି ପିଇବା ପାଣି ଭଳି ମୌଳିକ ସୁବିଧା ଟିଏ ନାହିଁI, ସେହିଭଳି ପରିତ୍ୟକ୍ତ ସରକାରୀ ବାସଗୃହ ଯାହାର ଅସ୍ତିତ୍ବ ନାହଁ, ହାତ ମାରିଲେ ଝଡିପଡୁଛି, ତାହାକୁ ମରାମତି ପାଇଁ ପ୍ରତ୍ୟକ ବର୍ଷ ଆଠ ରୁ ଦଶ କୋଟି ସରକାରୀ ଟଙ୍କା ବେଯ ବରାଦ କରି ଆତ୍ମସାଦ କରାଯିବ କାର୍ଯ୍ୟ ଉପରେ ଶୂନ୍ୟ କାର୍ଯ୍ୟାନୁଷ୍ଠାନ କର୍ମଚାରୀଙ୍କ ମହଲରେ ବେଶ ଆଲୋଚନାର ବିଷୟ ପାଲଟିଛି I ଓଡ଼ିଶାର ସମସ୍ତ ବିଦ୍ୟୁତ ବିଭାଗ ତଥା ଓଡିଶା ରାଜ୍ୟସରକାରଙ୍କ ଏକ ଲାଭକାରୀ ସରକାରୀ ଉଦ୍ୟୋଗ ହୋଇମଧ୍ଯ ବର୍ତ୍ତମାନ ସ୍ଥିତି ଏପରି ଓଡିଶା ଜଳବିଦ୍ୟୁତ ନିଗମ କର୍ମଚାରୀ ନା ଓଡିଶା ରାଜ୍ୟସରକାରଙ୍କ ସମକକ୍ଷ ଦରମା ପାଇବାରେ ସକ୍ଷମ ନ ସମଗ୍ର ଓଡ଼ିଶାର ବିଦ୍ୟୁତ ବିଭାଗ ଯଥା OPTCL / ଟାଟା ପାୱାର ଦ୍ବାରା ପରିଚାଳିତ ଚାରୋଟି ବିଦ୍ୟୁତ ବଣ୍ଟନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀଙ୍କ ସମକକ୍ଷ ଦରମା ପାଇବାରେ ସକ୍ଷମ I କିନ୍ତୁ ଅଫିସରଙ୍କ କଥା ପଡିଲେ ସେମାନଙ୍କୁ ରାଜ୍ୟସରକାର ତଥା ଅନ୍ୟ ବିଦ୍ୟୁତ ବିଭାଗ ସହ ସମାନ ଦରମା ପ୍ରଦାନରେ ଓଡିଶା ଜଳବିଦ୍ୟୁତ ନିଗମର ନୀତି ସବୁବେଳେ ଆଗରେ, କିଛି ଅବସର ପ୍ରାପ୍ତ ଶ୍ରମିକ ନେତାଙ୍କ ସହ ଭିତିରିଆ ଯୋଗସୂତ୍ର ପାଇଁ ଆଜି ଓଡିଶା ଜଳବିଦ୍ୟୁତ ନିଗମରେ କାର୍ଯ୍ୟରତ କର୍ମଚାରୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟରେ ରହିଛି Iଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହ କର୍ମଚାରୀଙ୍କ ବକେୟା ମଜୁରୀ ନେଇ ବାଇପାର୍ଟଟାଇଟ ସେଟେଲମେଣ୍ଟ ସରିବାର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବକେୟା ମଜୁରୀ ନ ମିଳିବା, ପାତର ଅନ୍ତର କରି ବାଲିମେଳା ଓ ଅପର ଇନ୍ଦ୍ରାବତୀ ଭଳି ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପିଲାଙ୍କୁ ଶିକ୍ଷାର ସୁବିଧା ଯାହା ୨୦୦୯ ମସିହାରୁ ଅଫିସରଙ୍କ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସେଥୁରୁ ବଂଚିତ କରିବା, କର୍ମଚାରୀଙ୍କୁ ନିଜ ଗ୍ରେଡ଼ ହିସାବରେ ଭଲ ସରକାରୀ ବାସଗୃହ ପ୍ରଦାନ କରିବା ବଦଳରେ ଭଲ ସରକାରୀ ବାସଗୃହ ଗୁଡିକୁ ବାହାର ଲୋକଙ୍କ ଠାରୁ ମୋଟା ଅଙ୍କର ପଇସା ନେଇ ଆଲର୍ଟମେଣ୍ଟ କରିବା, କର୍ମଚାରୀ ସ୍ବର ଉତ୍ତାଳନ କଲେ ବାଲିମେଳା ବଦଳୀର ଭୟ ଦେଖେଇବା, ଆମେ ଅଖା ପକେଇ ଶୋଉଥିଲୁ ତମେ ଭି ସୁଅ କହି କର୍ମଚାରୀଙ୍କୁ ମୌଳିକ ସୁବିଧାରୁ ବଂଚିତ କରିବା, ନୂତନ ବାସଗୃହ ତିଆରି ନ ହେବ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘରଭଡା ଭତ୍ତା ପ୍ରଦାନ କରିବାରେ ଦୟାନ ନ ଦେବା, ଅସାଧୁ କର୍ମଚାରୀ ଙ୍କୁ ହାତଲେଖା ରସିଦ ରେ ସରକାରୀ ବାସଗୃହ ଦେଇ ମାସିକ ଭଡା ଆଦାୟ କରିବା ଓ କିଛି ଶ୍ରମିକ ସଙ୍ଘଟଜର ପରିବାର ପରିଜନ ଙ୍କୁ ବିଭିର୍ନ ଉର୍ନତି ମୂଳକ କାର୍ଯ୍ୟର କାର୍ଯ୍ୟଭାର ଦେଇ ନିମ୍ନ ମାନର କାର୍ଯ୍ୟକୁ ପ୍ରୋତ୍ସାହନ କରିବା କାର୍ଯ୍ୟକୁ ବାରମ୍ବାର ୟୁନିଟ ସ୍ତରରେ ବିଭାଗୀୟ ଅଧିକାରୀକ ନଜରକୁ ଆଣିବା ପରେ ମଧ୍ୟ ସୁଫଳ ନ ମିଳିବା, ପ୍ରତୀତ ହେଉଛି Iଏଥିରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ରହିଛି ତେଣୁ ସତ୍ୟକୁ ଉଜାଗର କରି କର୍ମଚାରୀଙ୍କୁ ନାୟ ପ୍ରଦାନ କରିବା ପାଇଁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ସୋମବାର ୨୧ ତାରିଖ ଠାରୁ ତିନିଦିନିଆ ଶାନ୍ତିପୂର୍ଣ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟଳୟ ଓ ଓଡ଼ିଶାର ସମସ୍ତ ଜଳବିଦ୍ୟୁତ କେନ୍ଦ୍ର ଆଗରେ କରାଯିବାକୁ ନିଷ୍ପତି ହୋଇଛି I ତେଣୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ଓଡିଶା ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ସଣ କରିବା ସହ ବିଦ୍ୟୁତ ଶ୍ରମିକ ଙ୍କ ଦୁଃଖ ବୁଝିବା ପାଇଁ ନିବେଦନ କରିବା ସହ ତା ୨୫.୦୭.୨୦୨୫ ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଙ୍କ ନିକଟକୁ ଟୁଇଟ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande