କଇଁ ଫୁଲ ତୋଳିବାକୁ ଯାଇ ଟିକରପଡା ବନ୍ଧରେ ବୃଦ୍ଧ ମୃତ
କେନ୍ଦୁଝର, 20 ଜୁଲାଇ (ହି.ସ.) ସଦର ଥାନା ଅନ୍ତର୍ଗତ ମହାଦେଈଯୋଡା ପଞ୍ଚାୟତ ଟିକରପଡା ବଡ଼ବନ୍ଧରେ ବୁଡି ବୃଦ୍ଧ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଉକ୍ତ ବୃଦ୍ଧ ଜନକ ସ୍ଥାନୀୟ ମଦରଙ୍ଗାଯୋଡି ଅଞ୍ଚଳର ଦିନୁ ମହାନ୍ତ ବୋଲି ଜଣାପଡିଛି। ପ୍ରକାଶ ଯେ ଦିନୁ ବନ୍ଧରେ କଇଁ ଫୁଲ ତୋଳିବାକୁ ଯାଇ ଅକାତକାତ ପାଣି
କଇଁ ଫୁଲ ତୋଳିବାକୁ ଯାଇ ଟିକରପଡା ବନ୍ଧରେ ବୃଦ୍ଧ ମୃତ


କେନ୍ଦୁଝର, 20 ଜୁଲାଇ (ହି.ସ.)

ସଦର ଥାନା ଅନ୍ତର୍ଗତ ମହାଦେଈଯୋଡା ପଞ୍ଚାୟତ ଟିକରପଡା ବଡ଼ବନ୍ଧରେ ବୁଡି ବୃଦ୍ଧ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଉକ୍ତ ବୃଦ୍ଧ ଜନକ ସ୍ଥାନୀୟ ମଦରଙ୍ଗାଯୋଡି ଅଞ୍ଚଳର ଦିନୁ ମହାନ୍ତ ବୋଲି ଜଣାପଡିଛି। ପ୍ରକାଶ ଯେ ଦିନୁ ବନ୍ଧରେ କଇଁ ଫୁଲ ତୋଳିବାକୁ ଯାଇ ଅକାତକାତ ପାଣି ଭିତରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଯୁବକ ମାନେ ଅନେକ ଚେଷ୍ଟା ସତ୍ତ୍ବେ ପ୍ରବଳ ଦଳ ରହିଥିବାରୁ ତାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇ ପାରିନଥିବା ବେଳେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ବୃଦ୍ଧଙ୍କୁ ଉଧାର କରିଥିବା ବେଳେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande