ଐତିହ୍ୟସମ୍ପନ୍ନ ବ୍ରହ୍ମ ମନ୍ଦିରର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବାରିପଦା, ୨୦ ଜୁଲାଇ (ହି.ସ.)- ବ୍ରାହ୍ମ ସମାଜର ମହାନ ଆଦର୍ଶ ଓ ମହନୀୟ ବାଣୀର ପ୍ରସାର ନିମନ୍ତେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ପୃଷ୍ଠପୋଷକତାରେ ବାରିପଦା ସହରର କେନ୍ଦ୍ର ସ୍ଥଳୀରେ ୧୯୨୫ ଜୁଲାଇ ମାସରେ ନିର୍ମିତ ହୋଇଥିବା ବ୍ରହ୍ମ ମନ୍ଦିରର ୧୦୦ ବର୍ଷ ପୂର୍ତ୍ତି ପା
Brahma mandira shatabarsiki prastuti


ବାରିପଦା, ୨୦ ଜୁଲାଇ (ହି.ସ.)- ବ୍ରାହ୍ମ ସମାଜର ମହାନ ଆଦର୍ଶ ଓ ମହନୀୟ ବାଣୀର ପ୍ରସାର ନିମନ୍ତେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ପୃଷ୍ଠପୋଷକତାରେ ବାରିପଦା ସହରର କେନ୍ଦ୍ର ସ୍ଥଳୀରେ ୧୯୨୫ ଜୁଲାଇ ମାସରେ ନିର୍ମିତ ହୋଇଥିବା ବ୍ରହ୍ମ ମନ୍ଦିରର ୧୦୦ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ବେଲଗଡ଼ିଆ ପ୍ୟାଲେସରେ ଆୟୋଜକ କମିଟିର ଅଧ୍ୟକ୍ଷ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ପୌରହିତ୍ୟରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଆସନ୍ତା ଡିସେମ୍ବର ୨୦ ଓ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶତବାର୍ଷିକୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ପାଇଁ ବୈଠକରେ ସ୍ଵତନ୍ତ୍ର ଭାବେ ଆମନ୍ତ୍ରିତ ହୋଇଥିବା ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ ଏବଂ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରଯାଇଛି । ସେହିପରି ଉତ୍ସବର ସୁପରିଚାଳନା ନିମନ୍ତେ ଆୟୋଜନ କମିଟି ସମେତ ଅର୍ଥ, ସାଂସ୍କୃତିକ କାର୍ଯକ୍ରମ, ଅଭ୍ୟର୍ଥନା, ମିଡ଼ିଆ ଓ ପବ୍ଲିସିଟି, ପ୍ୟାନେଲ ଆଲୋଚନା ଫୋରମ ଓ ସ୍ମରଣିକା ପ୍ରକାଶ ନିମନ୍ତେ କମିଟିମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା ହୋଇ ଥିଲା ।

ଏହି ଅବସରରେ ଉପସ୍ଥିତ ଥିବା ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ବ୍ରହ୍ମ ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଟ୍ରଷ୍ଟିର ଅଧ୍ୟକ୍ଷ ରଞ୍ଜନ ବାନାର୍ଜୀ, ପ୍ରସ୍ତୁତି କମିଟିର ସଭାପତି ବିଜୟ ଅଗ୍ରୱାଲ, ସ୍ମରଣିକା କମିଟିର ଅଧ୍ୟକ୍ଷ ଡଃ. ମୋହିତ କୁମାର ଷଡ଼ଙ୍ଗୀ, ଅର୍ଥ କମିଟିର ପ୍ରିତିଶ ବସା ଓ ବିପ୍ଳବ ବୁଗୁଡେଇ ବିଭିନ୍ନ ବିଷୟରେ ସୁଚିନ୍ତିତ ମତାମତ ରଖିଥିଲେ । ପ୍ରସ୍ତୁତି ବୈଠକରେ ମହାରାଣୀ ରଶ୍ମି ରାଜ୍ୟ ଲକ୍ଷ୍ମୀ ଭଞ୍ଜଦେଓ କମିଟିର ବରିଷ୍ଠ ସଦସ୍ୟ ସଞ୍ଜୟ ପଟ୍ଟନାୟକ, ସତ୍ୟବ୍ରତ ମହାନ୍ତି , ବିଭୁଦତ୍ତ ଦାସ, ତିମିର ଘୋଷ, ଶିବାଜୀ ମୌଳିକ, କୌଶିକ ମୁଖାର୍ଜୀ, ରସିକ ନନ୍ଦ ମହାନ୍ତି, ଗଣେଶ ଦାସ , ଚନ୍ଦନ ବାନାର୍ଜୀ ଓ ବର୍ଶିଲ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ, ଉପ ସଭାପତି ପୂର୍ଣ୍ଣେନ୍ଦୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande