ଜୟପୁର, ୨୦ ଜୁଲାଇ (ହି.ସ.)- ଜୟପୁର ମହିଳା ମହିଳାମହାବିଦ୍ୟାଳୟରେ ଘଟଣା ଘଟିବାର ୬ବର୍ଷ ପରେ ସରକାର ବର୍ତ୍ତମାନ ଆକ୍ସନ ମୋର୍ଡ ନେଇଛନ୍ତି। ବାଲେଶ୍ବର ଏଫଏମ ସ୍ବୟ˚ଶାସିତ ମହା ବିଦ୍ୟାଳୟରେ ଛାତ୍ରୀ ଆତ୍ମହୁତିକୁ ନେଇ ରାଜ୍ୟସାରା ହଇଚଇ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସରକାର ରାଜ୍ୟର ସମସ୍ତ ସରକାରୀ କଲେଜ ଗୁଡିକରେ ଏପରି ଶିକ୍ଷକମାନଙ୍କ କଳାକାରନାମା ଗୁଡିକୁ ପଦାକୁ କାଢିବାକୁ ଚେଷ୍ଟା କରିଛି।
ବିବାଦରେ ଜୟପୁର ମହିଳା ମହାବିଦ୍ୟାଳୟର ତତକାଳିନ ଇ˚ରାଜି ଅଧ୍ୟାପକ ବିକାଶ ବେହେରା। ୨୦୧୯ ମସିହା ଅକ୍ଟୋବର ମାସରେ ଅଧ୍ୟାପକଙ୍କ ରଙ୍ଗିଲା କାରନାମା ପଦାକୁ ଆସିଥିଲା। କଲେଜରେ ଛାତ୍ରୀଙ୍କୁ ପାଠ ପଢାଇବା ବଦଳରେ ପ୍ରେମ ନିବେଦନ କରୁଥିଲେ। ଛାତ୍ରୀଙ୍କ ମୋବାଇଲକୁ ରଙ୍ଗିଲା ମେସେଜ ପଠାଉଥିଲେ। ଏପରିକି ବିବାହ ପାଇଁ ମୋବାଇଲରେ ମେସେଜ କରି ପ୍ରସ୍ତାବ ଦେଉଥିଲେ। ଏହା ଜଣେ କି ୨ଜଣ ନୁହଁ ଏକାଧିକ ଛାତ୍ରୀଙ୍କୁ ମେସେଜ ପଠାଉଥିବା କଲେଜର ୮ଜଣ ଛାତ୍ରୀ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସାର ଜଣେ ବିବାହିତ ଓ ସାରଙ୍କ ଜଣେ ଛୋଟ ଛୁଆ ମଧ୍ୟ ରହିଛି। ଅଭିଯୋଗ ପାଇବା ପରେ କଲେଜର ଅଧ୍ୟକ୍ଷା ଯୌନ ନିର୍ଯ୍ୟାତନା ବୈଠକ ଡାକିଥିଲେ। ସେହି ବୈଠକର ସାର ଜଣକ ନିଜ ଦୋଷ ସ୍ଵୀକାର କରିବା ସହ ଛାତ୍ରୀ ମାନଙ୍କୁ କ୍ଷମା ଭି ମାଗିଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଛାତ୍ରୀମାନେ; ତଥାପି ସାରଙ୍କ କାରନାମା ବନ୍ଦ ହୋଇନଥିଲା। ପୁଣି ଥରେ ସାର ରଙ୍ଗିଲା ମେସେଜ ପଠାଇବା ଆରମ୍ଭ କରି ଦେଇଥିଲେ। ଏହାକୁ ନେଇ ପୁଣି ଥରେ ସାରଙ୍କ ବିରୋଧରେ ଛାତ୍ରୀମାନେ ସାନି ଅଭିଯୋଗ ଆଣିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଥିଲେ କଲେଜର ଅଧ୍ୟକ୍ଷା। କିନ୍ତୁ, ଏହି ଘଟଣାକୁ ମିଥ୍ୟା ବୋଲି କହିଥିଲେ ଅଧ୍ୟାପକ। ଏହି ଘଟଣା ପରେ ତାଙ୍କୁ କେଉଁଝର ବଦଳି କରାଯାଇଥିଲା। କେଉଁଝର ବଦଳି କରିବା ପରେ ମଧ୍ୟ ତାଙ୍କ ଚରିତ୍ର ବଦଳିନଥିଲା। କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ମଧ୍ୟ ଉକ୍ତ ଅଧ୍ୟାପକଙ୍କ କଳାକାରନାମା ପଦାକୁ ଆସିଥିଲା। ଅଧ୍ୟାପକ ଜଣକ ପ୍ରାକ୍ଟିକାଲ ନମ୍ବର ବଢାଇଦେବାକୁ କହି ଛାତ୍ରୀଙ୍କୁ ଫସାଇ ଦେଉଥିଲେ। ଏବ˚ କିଛି ଝିଅଙ୍କ ସହ ଶାରିରିକ ସ˚ପର୍କ ମଧ୍ୟ ବଢାଇଥିବା କେନ୍ଦୁଝର ଥାନାରେ ଅଭିଯୋଗ ହୋଇଛି। କେନ୍ଦୁଝର କଲେଜରେ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ନିଜ ବାସଭବନରେ ଅନ୍ତରଙ୍ଗ ମୁହୁର୍ତ୍ତ ବିତାଉଥିବା ବେଳେ ଧରା ପଡିଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗୁରୁଶିଷ୍ୟ ପରମ୍ପରାରେ ପୁଣି ଏକ କଳା ଅଧ୍ୟାୟ ସୃଷ୍ଟି ହୋଇଛି।
ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନାଙ୍କ କହିବାନୁଯାୟୀ, ସରକାରଙ୍କ ତରଫରୁ କଲେଜକୁ ଏକ ରିପୋର୍ଟ ମଗାଯାଇଛି। ଉକ୍ତ ରିପୋର୍ଟରେ ଯେଉଁ ଛାତ୍ରୀ ମାନେ ଅଭିଯୋଗ କରିଥିଲେ ସେମାନଙ୍କ ବୟାନ ଗୁଡିକ ଲିଖିତ ଭାବେ ଦେବା ପାଇଁ କୁହାଯାଇଥିଲା। କଲେଜ ପକ୍ଷରୁ ସମସ୍ତ ଛାତ୍ରୀଙ୍କୁ ଚିଠି ପ୍ରେରଣ କରାଯିବା ପରେ କେବଳ ଗୋଟିଏ ଛାତ୍ରୀ ଉକ୍ତ ଚିଠିକୁ ଗ୍ରହଣ କରିଥିଲେ। କିନ୍ତୁ, ଅନ୍ୟ ୭ଟି ଫେରସ୍ତ ଚାଲିଆସିଥିଲା। ଏନେଇ କଲେଜ ପକ୍ଷରୁ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଦୀର୍ଘ ୬ ବର୍ଷ ବିତିଯାଇଥିବା ଯୋଗୁଁ ଛାତ୍ରୀ ମାନେ ନିଜନିଜ ସ୍ଥାନ ଛାଡି ଚାଲିଯାଇଛନ୍ତି ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ବାଲେଶ୍ବରର ଘଟଣା ଘଟିବା ପରେ ବର୍ତ୍ତମାନ ମହିଳା ମହାବିଦ୍ୟାଳୟରେ ଜିରୋ ଟଲେରାନ୍ସ ମାଧ୍ୟମରେ ଯାଞ୍ଚ କଡାକଡି କରାଯାଇଛି। ଏବ˚ କଡାକଡି ଧ୍ୟାନ ଦିଆଯାଉଛି। ଏବ˚ ୧୦ ଜଣିଆ କମିଟି ଗଠନ କରାଯାଇଛି ବୋଲି ଶ୍ରୀ ସୁନା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି