ରାତିରେ କଲଭଟ ନିର୍ମାଣକୁ ଗ୍ରାମ ବାସୀଙ୍କ ବିରୋଧ : ଜବରଦସ୍ତ ନିର୍ମାଣ କଲେ ଠିକାଦାର
ରାତିରେ କଲଭଟ ନିର୍ମାଣକୁ ଗ୍ରାମ ବାସୀଙ୍କ ବିରୋଧ : ଜବରଦସ୍ତ ନିର୍ମାଣ କଲେ ଠିକାଦାର
ନିମ୍ନମାନର କଲଭର୍ଟ ନିର୍ମାଣକୁ ନେଇ ଅସନ୍ତୋଷ


ସମ୍ବଲପୁର, ୨୦ ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଧିପା ପଞ୍ଚାୟତରୁ ହନୁମାନ ମନ୍ଦିର ଦେଇ ଭୋଇଡେରା ଯିବାକୁ ଥିବା ରାସ୍ତାରେ ଏକ କଲଭଟ ନିର୍ମାଣ କାର୍ଯ୍ୟ ଗତ ଶୁକ୍ରବାର ରାତି ପ୍ରାୟ ୯ଟାରେ ଜୋର ଜବରଦସ୍ତ ଠିକାଦାର ନିର୍ମାଣ କରିବାକୁ ଉଦ୍ୟମ କରୁଥିଲେ । ଏଭଳି ସନ୍ଦେହପୁର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ଶୁକ୍ରବାର ଦିନ ଜଣାଇଥିଲେ । ଏଥିପ୍ରତି କାର୍ଯ୍ୟରେ ନିୟୋଜିତ ଥିବା ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ଦୃଷ୍ଟିରେ ରଖି ଶେଷରେ ଠିକାଦାର ଜଣଙ୍କ ଶନିବାର ରାତିରେ ଏହି କଲଭର୍ଟ କାମ କରିଛନ୍ତି । ଏବେ ନବନିର୍ମିତ କଲଭର୍ଟର ସ୍ଥାୟୀତ୍ବକୁ ନେଇ ଅଞ୍ଚଳର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସଚେତନ ନାଗରିକଙ୍କ ମଧ୍ୟରେ ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ କେନାଧିପା ପଞ୍ଚାୟତରୁ ଭୋଇ ଡେରାକୁ ସଂଯୋଗ କରୁଥିବା ପ୍ରାୟ ସାଢେ ୩ କିଲୋମିଟର ରାସ୍ତାଟି ନିର୍ମାଣ ପାଇଁ ଆରଡ଼ି ବିଭାଗ ପକ୍ଷରୁ

ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରାସ୍ତାର ଅଧିକାଂଶ କାର୍ଯ୍ୟ ସରିଯାଇଛି । ହେଲେ କିଛି ଅଂଶ ରାସ୍ତାକାର୍ଯ୍ୟ ବାକିଥିବା ବେଳେ ଠିକାଦାର ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ଅତି ତରବରିଆ ଭାବେ ରାତିରେ କରାଇଥିଲେ । ଏହି ଘଟଣା ନଜରକୁ ଆସିବା ପରେ ଏଭଳି ସନ୍ଦେହଜନକ କାର୍ଯ୍ୟକୁ କିଛି ଗ୍ରାମବାସୀ ବିରୋଧ କରି ଅଧିକାରୀଙ୍କୁ ରାତି ପ୍ରାୟ ୯ଟାରେ ଫୋନ ଦ୍ୱାରା ଜଣାଇ ନିଜ ଅଭିଯୋଗ କହିଥିଲେ । ହେଲେ ଅଧିକାରୀ ଏହି ଅଭିଯୋଗକୁ ଅଣଦେଖା କରି ରାତାରାତି କାମ କରିବେ ବୋଲି ଗ୍ରାମବାସୀଙ୍କୁ ରୋକଠୋକ୍ କହିଥିଲେ । ଉଚ୍ଚ ଅଧିକାରୀଙ୍କ ଜାଣତରେ ଏହି କାର୍ଯ୍ୟ ରାତିରେ କରାଯାଉଛି ରାତି ପ୍ରାୟ ୯ଟାରୁ ଆରମ୍ଭ ହୋଇ ରାତି ୩ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯାଉଥିଲା ଏବଂ ବିବାଦୀୟ କଲଭର୍ଟ ନିର୍ମାଣରେ ନିମ୍ନମାନର ଲକ୍ଷ୍ମୀ ସିମେଣ୍ଟ ବ୍ୟବହାର କରାଯାଇଛି। କାର୍ଯ୍ୟ ପାଇଁ ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ରାତିରେ ତରବରିଆ ଭାବେ କାହିଁକି ଏହି କଲଭର୍ଟ କଂକ୍ରିଟ କାର୍ଯ୍ୟ କରାଗଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଲଭଟ କଂକ୍ରିଟ କରଣ ସମୟର ଗ୍ରାମର କିଛି ବ୍ୟକ୍ତି ଠିକାଦାରଙ୍କୁ ରାତିରେ କଣ ପାଇଁ କାମ କରୁଛ ବୋଲି ପ୍ରଶ୍ନ କରିବାରୁ ଠିକାଦାର ଓଲଟି ଗ୍ରାମବାସୀଙ୍କୁ ଗାଳିଗୁଜ କରିଥିଲେ । ଗ୍ରାମବାସୀ ମାନେ ବେଆଇନ ଓ ନିମ୍ନମାନର କଲଭର୍ଟ ନିର୍ମାଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏଣୁକରି କଲଭଟ ଟିର ଗୁଣାତ୍ମକ ମାନକୁ ନେଇ ଏବେ ଗ୍ରାମବାସୀଙ୍କ ମନରେ ସନ୍ଧେହ ସୃଷ୍ଟି ହେଉଛି ଏଣୁକରି ଏହାର ଯାଞ୍ଚ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କ ରେ ଅରଡ଼ି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଏହା ଏକ ଛୋଟ କଲଭର୍ଟ ବ୍ରିଜଟି ବକ୍ସସାଇଲ କଲଭର୍ଟ ଥିବାରୁ କଲଭର୍ଟ କାର୍ଯ୍ୟ ଦିନରେ ସମ୍ପୂର୍ଣ ହୋଇପାରି ନ ଥିବାରୁ କାମ ସମ୍ପୂର୍ଣ କରିବାକୁ ରାତିରେ କରାଯାଇଛି। କଲଭର୍ଟ ଟି ବକ୍ସସାଇଟ କଲଭଟ ଥିବାରୁ କାମ ସାରିବାକୁ ରାତିରେ କରାଯାଇଛି । କାମ ତ ଅଧାରେ ବନ୍ଦ କରିହେବନି ଏଣୁକରି ଏଭଳି କରାଯାଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ହେଲେ ଗ୍ରାମବାସୀ ଏବଂ କର୍ତୃପକ୍ଷଙ୍କ କଥାରେ ତାଳମେଳ ରହୁନାହିଁ । ଯାହା ଫଳରେ ଗ୍ରାମବାସୀ ଉଚ୍ଚ କର୍ତୃପକ୍ଷ ସହିତ କୁଚିଣ୍ଡା ବିଧାୟକ ତଥା ଓଡିଶା ସରକାରଙ୍କ ଆରଡ଼ି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଏ ସମ୍ପର୍କରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande