ରଥଯାତ୍ରା ବିଭ୍ରାଟକୁ ନେଇ ପରିଚାଳନା ସମିତିର ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଚଳିତ ବର୍ଷର ଶ୍ରୀ ଗୂଣ୍ଡିଚା ଓ ବାହୁଡା ରଥଯାତ୍ରା ରେ ଚରମ ବିଶୃଙ୍ଖଳା ଓ ରଥ ବାରମ୍ବାର ବାମ ମୋଡ ନେବା ଘଟଣାକୁ ନଇ ପରିଚଳନା ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚଳନା ସମିତିର ସଭାପତି ତଥା ଉପ
ରଥଯାତ୍ରା ବିଭ୍ରାଟକୁ ନେଇ ପରିଚାଳନା ସମିତିର ସମୀକ୍ଷା ବୈଠକ


କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଚଳିତ ବର୍ଷର ଶ୍ରୀ ଗୂଣ୍ଡିଚା ଓ ବାହୁଡା ରଥଯାତ୍ରା ରେ ଚରମ ବିଶୃଙ୍ଖଳା ଓ ରଥ ବାରମ୍ବାର ବାମ ମୋଡ ନେବା ଘଟଣାକୁ ନଇ ପରିଚଳନା ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚଳନା ସମିତିର ସଭାପତି ତଥା ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟ ସଦସ୍ୟ ନବକୃଷ୍ଣ ଜେନା, ଏସଡିପିଓ ଜ୍ୟୋତି ରଂଜନ ଗୈାଡ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ପୈାରପାଳ ତଥା ଟ୍ରଷ୍ଟି ଧିରେନ ସାହୁ, ପଣ୍ଡିତ ହୃଷିକେଶ ରଥ, ନୃସିଂହ ପ୍ରସାଦ ପତ୍ରୀ, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ, ରଥ ନିର୍ମାଣ ଦାୟିତ୍ୱ ରେ ଥିବା ବିଶ୍ୱକର୍ମା ମହାରଣା ପ୍ରମୁଖ ବୈଠକରେ ଉପସ୍ଥିତ ରହି ବିଭ୍ରାଟ ଓ ବିଳମ୍ବ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲେଚନା କରିଥିଲେ । କେନ୍ଦ୍ରାପଡା ର ପରମ୍ପରା ଅନୁଯାଇ ଶ୍ରୀ ଗୁଣ୍ଡିଚା ଦୁଇ ଦିନ ଓ ବାହୁଡା ଦୁଇ ଦିନରେ ରଥ ଟଣା ଶେଷ ହେଉଥିବା ବେଳେ ଚଳିତ ବର୍ଷ ଚାରି ଚାରି ଦିନ ରଥ ଟଣା ଲାଗି ରହିବାରୁ ଶ୍ରଦ୍ଧାଳୁ ଭକ୍ତ ଓ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଗକୁ ଯେପରି ଏଭଳି ବିଭ୍ରାଟ ନହୁଏ ସେଥିପାଇଁ ରଥ ନିର୍ମାଣ ଠାରୁ ରଥ ଟଣା ହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ବୈଠକରେ ନିଷ୍ପତି ନିଆଯାଇଛି । ରଥଯାତ୍ରା ପରିଚାଳନା ପାଇଁ ଗୋଟିଏ କମିଟି ଓ ରଥ ନିର୍ମାଣ ତଦାରଖ ପାଇଁ ଅନ୍ୟ ଏକ କମିଟି ଗଠନ କରାଯାଇ ଅଭିଜ୍ଞ ବ୍ୟକ୍ତିମାନଙ୍କ ମାଧ୍ୟମରେ କାର୍ଯ୍ୟ ସଂପାଦନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହାସହିତ ପୁରୀ ରଥ ନିର୍ମାଣରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଭୋଇ ସେବକ ମାନଙ୍କ ମଧ୍ୟରୁ ୨ ଜଣ ଅଭିଜ୍ଞ ସେବକଙ୍କୁ ରଥ ନିର୍ମାଣ ସମୟରେ ଡକାଇ ସେମାନଙ୍କ ତତ୍ୱାବଧାନରେ ରଥ ନିର୍ମାଣରେ ରହୁଥିବା ତ୍ରୁଟି ସଂଶୋଧନ କରାଯିବ । ଅପର ପକ୍ଷରେ ପୁରୀ ରଥରେ ଲାଗୁଥିବା ନେ ପୁଲି ବ୍ୟବସ୍ଥା ଭ୍ରହ୍ମ ତାଳଧ୍ୱଜ ରଥରେବ୍ୟବହାର କରାଯିବାକୁ ନିଷ୍ପତି ନିଆଯାଇଛି । ରଥ ନିର୍ମାଣରେ ଆଇଟିଅଇ ସଂସ୍ଥାର ଅଭିଜ୍ଞ ଟେକନିସିଆନମାନଙ୍କ ସହାୟତା ନିଆଯାଇ ଆଗକୁ ଯେପରି ନିର୍ମାଣ ଜନିତ ତ୍ରୁଟି ନରହେ ତାହାର ତଦାରଖ କରାଯିବ ବୋଲି ନଷ୍ପତି ନିଆଯାଇଛି । ଅସନ୍ତା ବର୍ଷ ଠାରୁ ରଥଯାତ୍ରା କୁ ସୁରୁଖୁରୁରେ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande