ସାହାଣୀ କପ ଫୁଟବଲ ଟୁର୍ନାମେଣ୍ଟ ପଞ୍ଚମ ଦିବସ ଦ୍ୱିତୀୟ ମ୍ୟାଚ ଆରଏସପି ବିଜୟୀ
Sahani cup fifth day second match
Sahani cup fifth day second match


କେନ୍ଦୁଝର, ୨୦ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି 64ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ପଞ୍ଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି l ଆଜି ଅନୁଷ୍ଠିତ ଦ୍ୱିତୀୟ ଖେଳ ମଧ୍ୟ ସଂଘର୍ଷପୂର୍ଣ୍ଣ ତଥା ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଖେଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଘରୋଇ କେନ୍ଦୁଝର ବିପକ୍ଷରେ 1-0 ଗୋଲରେ ବିଜୟୀ ହୋଇ 3ଟି ମ୍ୟାଚରୁ ସମୁଦାୟ 9 ପଏଣ୍ଟ ହାସଲ କରି ପ୍ରଥମ ଦଳ ଭାବେ ଗ୍ରୁପ 'ବି ' ରୁ ଜୋନାଲ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି l ଆଜିର ଦ୍ୱିତୀୟ ଖେଳରେ ପ୍ରଥମlର୍ଦ୍ଧର 20ତମ ମିନିଟରେ ଆରଏସପି ର ଜର୍ସି ନମ୍ବର 12 ରମେଶ ଓରାମ ଦଳ ପକ୍ଷରୁ ଏହି ଏକମାତ୍ର ଗୋଲଟି ସ୍କୋର କରିବା ସହ ଦଳକୁ ବିଜୟର ମୁକୁଟ ପିନ୍ଧାଇଥିଲେ l

ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟଅତିଥି ବରିଷ୍ଠ ଆଇନଜୀବୀ ତଥା କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସଦସ୍ୟ ଗୋପାଳକ୍ରିଷ୍ଣା ପରିଡା ଏବଂ ଚତୁର୍ଭୁଜ ହୋତାଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା l ଆଜିର ଏହି ଖେଳରେ ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ , ରାଜକୁମାର ମିଶ୍ର,ସୁରେଶ ରଣା, ଗିରୀଶ ଚନ୍ଦ୍ର ହୋତା, ପ୍ରଶାନ୍ତ ସାହୁ, ଦିଲ୍ଲୀପ କୁମାର ପଣ୍ଡା ଏବଂ ବୀରେନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଚତୁର୍ଥ ରେଫରୀ ଥିଲେ ଚକ୍ରଧର ଚାଟlର l ସେହିପରି ଦ୍ୱିତୀୟ ଖେଳରେ ସୁବ୍ରତ ପୁରୋହିତ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ଅରୁଣ ନାୟକ ଓ ଉତ୍କଳମଣି ବେହେରା ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ଆଶୀର୍ବାଦ କାନୁନଗୋ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତ୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତାରେ ଭାଷ୍ୟକାର ପ୍ରେମାନନ୍ଦ ମହାନ୍ତ ଧାରବିବରଣୀ ପ୍ରଦାନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande