କେନ୍ଦୁଝର, ୨୦ ଜୁଲାଇ (ହି.ସ.)-
କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ପଞ୍ଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି l ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ଏକ ତୀବ୍ର ପ୍ରତିଦ୍ବନ୍ଦୀତା ଏବଂ ସଂଘର୍ଷପୂର୍ଣ୍ଣ ଏହି ପ୍ରଥମ ଖେଳରେ ଅନୁଗୋଳ ଜିଲ୍ଲା ଯାଜପୁର ଜିଲ୍ଲା ବିପକ୍ଷରେ 4-3 ଗୋଲରେ ଗୋଲରେ ଏକ କଷ୍ଟଲବ୍ଧ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ପ୍ରଥମlର୍ଦ୍ଧ ଖେଳର 36ତମ ମିନିଟରେ ଯାଜପୁରର ଜର୍ସି ନମ୍ବର 11 ରାଜ କୁମାର ମାରାଣ୍ଡି ଏକ ଦର୍ଶନୀୟ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ l ପ୍ରଥମlର୍ଦ୍ଧ ଖେଳରେ 1-0 ଗୋଲରେ ପଛୁଆ ରହିବା ପରେ ଅନୁଗୋଳ ଦ୍ୱିତୀୟlର୍ଦ୍ଧରେ ପରସ୍ପର ମଧ୍ୟରେ ବୁଝାମଣା ରକ୍ଷା କରି ପ୍ରତିପକ୍ଷ ଗୋଲ ଉପରେ ଘନ ଘନ ଆକ୍ରମଣ କରି ପ୍ରତିପକ୍ଷ ରକ୍ଷଣ ଭାଗକୁ ବ୍ୟତିବ୍ୟସ୍ତ କରି ଦେଇଥିଲା l ଏବଂ ଦ୍ୱିତୀୟlର୍ଦ୍ଧର 52ତମ ମିନିଟରେ ଏବଂ 60ତମ ମିନିଟରେ ଅନୁଗୋଳର ମିଡ଼ ଫିଲଡର ଫାତୁ ମୁର୍ମୁ ଲଗାତାର ଦୁଇଟି ଗୋଲ ସ୍କୋର କରି ଦଳକୁ 2-1 ଗୋଲରେ ଅଗ୍ରଣୀ କରାଇଥିଲେ l ମାତ୍ର 62ତମ ମିନିଟରେ ଯାଜପୁରର ଲେଫ୍ଟ ଉଇଙ୍ଗର ଭାଦୁ ମୁର୍ମୁ ଏକ ଗୋଲ ସ୍କୋର କରି ଖେଳକୁ ସମାନ ସ୍ତରକୁ ଆଣିଥିବା ବେଳେ 69ତମ ମିନିଟରେ ଭଞ୍ଜ ହାଁସଦା ଅନ୍ୟ ଏକ ଦର୍ଶନୀୟ ଗୋଲ ଜରିଆରେ ଯାଜପୁରକୁ 3-2 ଗୋଲରେ ଅଗ୍ରଣୀ କରାଇଥିଲେ l କିନ୍ତୁ ଅନୁଗୋଳର ରାଇଟ ଉଇଙ୍ଗର ପ୍ରଶାନ୍ତ ବାରୀ 70ତମ ମିନିଟରେ ଓ 76ତମ ମିନିଟରେ କ୍ରମାଗତ ଦୁଇଟି ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ପୁରୋଧା ସାଜିଥିଲେ l ଆଜି ଅନୁଷ୍ଠିତ ଦ୍ୱିତୀୟ ଖେଳ ମଧ୍ୟ ସଂଘର୍ଷପୂର୍ଣ୍ଣ ତଥା ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଖେଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଘରୋଇ କେନ୍ଦୁଝର ବିପକ୍ଷରେ 1-0 ଗୋଲରେ ବିଜୟୀ ହୋଇ 3ଟି ମ୍ୟାଚରୁ ସମୁଦାୟ 9 ପଏଣ୍ଟ ହାସଲ କରି ପ୍ରଥମ ଦଳ ଭାବେ ଗ୍ରୁପ 'ବି ' ରୁ ଜୋନାଲ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି l
ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟଅତିଥି ବରିଷ୍ଠ ଆଇନଜୀବୀ ତଥା କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସଦସ୍ୟ ଗୋପାଳକ୍ରିଷ୍ଣା ପରିଡା ଏବଂ ଚତୁର୍ଭୁଜ ହୋତାଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା l ଆଜିର ଏହି ଖେଳରେ ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ , ରାଜକୁମାର ମିଶ୍ର,ସୁରେଶ ରଣା, ଗିରୀଶ ଚନ୍ଦ୍ର ହୋତା, ପ୍ରଶାନ୍ତ ସାହୁ, ଦିଲ୍ଲୀପ କୁମାର ପଣ୍ଡା ଏବଂ ବୀରେନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜି ଅନୁଷ୍ଠିତ ପ୍ରଥମ ଖେଳରେ ଶୁଭମ ପାତ୍ର ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ମହେଶ ପ୍ରଧାନ ଓ ରତ୍ନାକର ସୋରେନ ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ଚକ୍ରଧର ଚାଟlର l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତ୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତାରେ ଭାଷ୍ୟକାର ପ୍ରେମାନନ୍ଦ ମହାନ୍ତ ଧାରବିବରଣୀ ପ୍ରଦାନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA