ଉର୍ଦ୍ଦୁ ଲାଇବ୍ରେରୀ ତରଫରୁ ଚାରା ବଣ୍ଟନ ଓ ବୃକ୍ଷ ରୋପଣ
କେନ୍ଦ୍ରାପଡା, ୨୦ ଜୁଲାଇ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଉର୍ଦ୍ଦୁ ଲାଇବ୍ରେରୀ କମିଟି ତରଫରୁ ହଜରତ ସୟଦ ମନସୁର ସାହା ବାବାଙ୍କ ପବିତ୍ର ଉର୍ସ ଉତ୍ସବ ଉପଲକ୍ଷେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ
ଉର୍ଦ୍ଦୁ ଲାଇବ୍ରେରୀ ତରଫରୁ ଚାରା ବଣ୍ଟନ ଓ ବୃକ୍ଷ ରୋପଣ


କେନ୍ଦ୍ରାପଡା, ୨୦ ଜୁଲାଇ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଉର୍ଦ୍ଦୁ ଲାଇବ୍ରେରୀ କମିଟି ତରଫରୁ ହଜରତ ସୟଦ ମନସୁର ସାହା ବାବାଙ୍କ ପବିତ୍ର ଉର୍ସ ଉତ୍ସବ ଉପଲକ୍ଷେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷା ଅକବରୀ ଖାତୁନ, କାଉନସିଲର ସେକ ଅସଲମ, ହବିବା ବେଗମ, ଫରଜନା ଖାତୁନ ପ୍ରମୁଖ ଉପସ୍ଥିତ ରହି ପୈାରାଂଚଳର ବିଭିନ୍ନ ୱାର୍ଡରେ ବୃକ୍ଷ ରୋପଣ କରିଥିଲେ । ଏଥି ସହିତ ଉର୍ସ ଉତ୍ସବରେ ଯୋଗ ଦେଇଥିବା ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଚାରା ବଣ୍ଟନ କରିଥିଲେ । ଏଥିରେ ଆମ୍ବା, ପିଜୁଳି, ବରଗଛ, ଜାମୁ, ଇଉକାଲ ପଟାସ, ବିଭିନ୍ନ ଫୁଲ ଜାତୀୟ ଚାରା ବଣ୍ଟନ କରିଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କମିଟିର ମହମ୍ମଦ ଅଜଗର ଅଲ୍ଲୀ, ସେକ ଫୟାଜୁଦ୍ଦିନ, ମହମ୍ମଦ ନସିମୁଦ୍ଦିନ, ଆକରମ ଖାନ ପ୍ରମୁଖ ସହ ଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande