ସୁସ୍ଥ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲାରେ ତିନି ଦିନିଆ ତାଲିମ୍ ଶିବିର ଉଦଯାପିତ
ମାଲକାନଗିରି, ୨୦ ଜୁଲାଇ (ହି.ସ.)- ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ତିନି ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥ
ସୁସ୍ଥ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲାରେ ତିନି ଦିନିଆ ତାଲିମ୍ ଶିବିର ଉଦଯାପିତ


ସୁସ୍ଥ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲାରେ ତିନି ଦିନିଆ ତାଲିମ୍ ଶିବିର ଉଦଯାପିତ


ମାଲକାନଗିରି, ୨୦ ଜୁଲାଇ (ହି.ସ.)- ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ତିନି ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉଦଘାଟନ କରିଥିଲେ। ଏଥିରେ ପୋର୍ଗ୍ରାମ୍ ମ୍ୟାନେଜର ହିମାଂଶୁ ଭୁଷଣ ମହାରଣା ଶିବିର ର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ମାନ୍ୟଙ୍କୁ ଅବଗତ କରାଇଥିଲେ। ଏହି ତାଲିମ୍ ଶିବିରରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରୁ ଆସିଥିବା ୫୬ ଜଣ ପୁରୁଷ ହେଲଥ ୱାର୍କର ମାନଙ୍କୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ, ପୃଷ୍ଟି ହୀନତା ଓ ରକ୍ତ ହୀନତା ନିବାରଣ ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ଦିଆଯାଇଥିଲା। ଏହି ଶିବିରରେ ତାଲିମ୍ ଦାତା ଭାବରେ ଡା. ପ୍ରଜ୍ଞା ପଟ୍ଟନାୟକ, ପ୍ରଶାନ୍ତ ମଲ୍ଲିକ, କ୍ରୀଷ୍ଣାମୟୀ ମିଶ୍ର, ପ୍ରିୟବ୍ରତ ଯୋଶୀ ଏବଂ ପିରମଲ୍ ଫାଉଣ୍ଡେସନର ବିଷ୍ଣୁ ସାହୁ ଅନୁପ୍ରେରଣାଦାୟୀ ଏବଂ ତଥ୍ୟମୂଳକ ତାଲିମ୍ ଦେଇଥିଲେ। ତାଲିମ୍ ଶିବିର ପରେ ପ୍ରଶିକ୍ଷଣ ପାଇଥିବା ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଅଞ୍ଚଳ ରେ ଜନସାଧାରଣଙ୍କୁ ସଚେତନ କରି ନିଜ ଜ୍ଞାନ ଓ ଅନୁଭବକୁ ବ୍ୟବହାର କରିବେ।

କାର୍ଯ୍ୟକ୍ରମକୁ ସଫଳ ଓ ସୁସଂଗଠିତ ଭାବେ ପରିଚାଳନା କରିବାରେ ବିନାଶ କୁମାର ମିଶ୍ରଙ୍କ ନେତୃତ୍ୱ ରେ ବିଶ୍ଵନାଥ ମଣ୍ଡଳ, ଏନ. ଅହଲ୍ୟା ଓ ପଞ୍ଚାୟତ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟ ମାନେ ସହଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande