ଟିଟିଲାଗଡ଼ କେନ୍ଦୁପତ୍ର ବନଖଣ୍ଡ ସିଜିନାଲ କର୍ମଚାରୀ ସଂଘର ସଭାପତି ନିର୍ବାଚିତ ହେଲେ ପ୍ରଶାନ୍ତ କୁମାର ମେହେର
ବଲାଙ୍ଗୀର, ୨୦ ଜୁଲାଇ(ହି.ସ.) – ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁତଳା କୁମ୍ଭାରୀ କଲ୍ୟାଣ ମଣ୍ଡପ ଠାରେ ଡିଭିଜନ ସ୍ତରୀୟ ସିଜିନାଲ୍ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଦେଷ୍ଟା ସୁରେଶ ମହାନନ୍ଦ, ଟିଟିଲାଗଡ଼ ସମ୍ପାଦକ ଛବିଳ ସିଂ ଚିଣ୍ଡା, ଦେଓଗାଁ ରେଞ୍ଜ ସ
ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ସିଜିନାଲ କର୍ମଚାରୀ ସଂଘର ସଭାପତି ନିର୍ବାଚିତ ହେଲେ ପ୍ରଶାନ୍ତ କୁମାର ମେହେର


ବଲାଙ୍ଗୀର, ୨୦ ଜୁଲାଇ(ହି.ସ.) – ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁତଳା କୁମ୍ଭାରୀ କଲ୍ୟାଣ ମଣ୍ଡପ ଠାରେ ଡିଭିଜନ ସ୍ତରୀୟ ସିଜିନାଲ୍ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଦେଷ୍ଟା ସୁରେଶ ମହାନନ୍ଦ, ଟିଟିଲାଗଡ଼ ସମ୍ପାଦକ ଛବିଳ ସିଂ ଚିଣ୍ଡା, ଦେଓଗାଁ ରେଞ୍ଜ ସଭାପତି ବାଞ୍ଛାନିଧି ପଧାନ ଓ ଟିଟିଲାଗଡ ଡିଭିଜନର ବହୁ ସିଜିନାଲ କର୍ମଚାରୀ ଉପସ୍ଥିତ ଥିବାବେଳେ ସମସ୍ତଙ୍କ ସମ୍ମତିକ୍ରମେ ପ୍ରଶାନ୍ତ କୁମାର ମେହେରଙ୍କୁ ଟିଟିଲାଗଡ଼ ଡିଭିଜନ ସଭାପତି ଓ ଘନଶ୍ୟାମ ସାହୁଙ୍କୁ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟ ବିଷୟଗୁଡ଼ିକ ଆଲୋଚନା କରାଯିବା ସହ ସମସ୍ତେ ଏକତାର ପରିଚୟ ସୃଷ୍ଟିକରିବା ପାଇଁ ନିଷ୍ପତି ନିଆଯାଇଛି। ଏହି ସଭାରେ ଆଦିକନ୍ଦ ଭୋଇ, ଟିକେଶ୍ୱର ଭୋଇ, ଜଳନ୍ଧର ଦାଶ, ସମିର ପଟ୍ଟନାୟକ, ପଂଚାନନ ନାୟକ, ହରି ସାହୁ, ସନ୍ତୋଷ ଦାସ, ସମିର ମିଶ୍ର, ମକରଧ୍ୱଜ ଧରୁଆ ଶୁଶିଳ ଖର୍ସେଲ, ରମେଶ ନାଗ ଓ ଶୁରଥ ଧରୁଆ ବହୁ ଟିଟିଲାଗଡ ଡିଭିଜନର ସିଜିନାଲ କର୍ମଚାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande