କେନ୍ଦ୍ରାପଡା, ୨୦ ଜୁଲାଇ (ହି.ସ.)- କେନ୍ଦ୍ରାପଡା କୋର୍ଟ ପରିସର ରେ ଥିବା ଜିଲ୍ଲାର ପ୍ରକ୍ଷାତ ହଜରତ ସୟଦ ମନସୁର ସାହା ବାବାଙ୍କ ଉର୍ସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉର୍ସ କମିଟି ତରଫରୁ ସଭାପତି ସେକ ଗୟାସୁଦ୍ଦିନ, ସଂପାଦକ ସେକ ବରକତୁଲ୍ଲା, ହାଜି ସେକ ସଲାଉଦ୍ଦିନ, ସେକ କୟୟୁମ, ସେକ ମହେମୁଦ, ସେକ ସୋଲେମାନ ପ୍ରମୁଖଙ୍କ ଦ୍ୱାରା ଜିଲ୍ଲା ତଥା ଜିଲ୍ଲା ତଥା ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ମୈାଲବୀ ମାନେ ଏହି ଉର୍ସ ଉତ୍ସବରେ ଯୋଗ ଦେଇ ଇସଲାମ ଧର୍ମ ଓ ପୀର ବାବାଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ଏହି ଉର୍ସ ଉତ୍ସବରେ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଭୋଜନର ବ୍ୟବସ୍ଥା କରାଯାଇଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ଉର୍ସ ପାଇଁ ବାହାରୁ ଅସୁଥିବା ଶ୍ରଦ୍ଧାଳୁ ଏବଂ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ସହଜ ବ୍ୟବସ୍ଥା କରାଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସେକ ମୁସ୍ତାକ, ସେକ ଏଜାଜୁଦ୍ଦିନ, ସେକ ଗଫାର, ସେକ ସାହିଦ, ସେକ ଆବାଦି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି