ଭିସୁଟ୍‌ର ଅଧ୍ୟାପକ ଅମିତ ଚାଟାର୍ଜୀଙ୍କୁ ଏନ୍‌ପିଟିଏଲ୍ ଷ୍ଟାର ପୁରସ୍କାର
ସମ୍ବଲପୁର, ୨୦ ଜୁଲାଇ (ହି.ସ.)- ସମ୍ବଲପୁରର ଅଗ୍ରଣୀ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଅଧ୍ୟାପକ ଅମିତ ଚାଟାର୍ଜୀଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ତିନୋଟି ବର୍ଗରେ ଏନ୍‌ଟିପିଏଲ୍ ଷ୍ଟାର ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ପ୍ରଯୁକ୍ତି ଉନ୍ନତ ଶିକ୍ଷା କାର୍ଯ୍ୟକ
ଭିସୁଟ୍‌ର ଅଧ୍ୟାପକ ଅମିତଙ୍କୁ ଏନ୍‌ପିଟିଏଲ୍ ଷ୍ଟାର ପୁରସ୍କାର


ସମ୍ବଲପୁର, ୨୦ ଜୁଲାଇ (ହି.ସ.)- ସମ୍ବଲପୁରର ଅଗ୍ରଣୀ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଅଧ୍ୟାପକ ଅମିତ ଚାଟାର୍ଜୀଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ତିନୋଟି ବର୍ଗରେ ଏନ୍‌ଟିପିଏଲ୍ ଷ୍ଟାର ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ପ୍ରଯୁକ୍ତି ଉନ୍ନତ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳିତ ଅନ୍‌ଲାଇନ୍ ପାଠ୍ୟକ୍ରମରେ ଉତ୍କୃଷ୍ଟ ମାନ୍ୟତା ପ୍ରଦର୍ଶନ କରିଥିବା ଗବେଷକମାନଙ୍କ ମଧ୍ୟରେ ଅଧ୍ୟାପକ ଚାଟାର୍ଜୀ ଏହି ପୁରସ୍କାର ହାସଲ କରିଛନ୍ତି । ସେ ୨୦ଟି ଏନ୍‌ପିଟିଏଲ୍ ପାଠ୍ୟକ୍ରମକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି । ଏଗୁଡ଼ିକ ଇ-ଲାଇଟ୍ ସାର୍ଟିଫିକେସନ୍ ସହିତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଛି । ସେ ରାଜ୍ୟର ଏକମାତ୍ର ପ୍ରତିନିଧି ଭାବରେ ଆର୍କିଟେକ୍‌ଚର ପ୍ଲାନିଂ ବିଷୟରେ ଏହି ଜାତୀୟ ମାନ୍ୟତା ହାସଲ କରିଛନ୍ତି । ଆଇଆଇଟି ଖଡ଼ଗପୁର ଗବେଷଣା କେନ୍ଦ୍ର, କୋଲକାତାରେ ଅଧ୍ୟାପକ ଚାଟାର୍ଜୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଏ ବର୍ଷ ଡିଜାଇନ୍ ଏଜୁକେଟର ପୁରସ୍କାର ଏବଂ ମଡର୍ଣ୍ଣ ଆର୍କିଟେକ୍‌ଚର ଫେଲୋସିପ୍ ମଧ୍ୟ ହାସଲ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande