ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ବଳଙ୍ଗା
ପୀଡିତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ । ଭୁବନେଶ୍ବର
ଏମ୍ସରେ ଚିକିତ୍ସିତ ହେଉଥିବା ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ
ଏୟାରଲିଫ୍ଟ କରାଯାଇଛି। ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିଆଯାଇଛି । ଦିଲ୍ଲୀ
ଏମ୍ସରେ ପୀଡିତାଙ୍କର ଅଧିକ ଚିକିତ୍ସା କରାଯିବ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହିତ ପୀଡିତାଙ୍କ
ପରିବାରର 2ଜଣ ସଦସ୍ୟ ଦିଲ୍ଲୀ ଯାଇଛନ୍ତି ।
ଏମ୍ସରୁ ସ୍ବତନ୍ତ୍ର
ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦର ନିଆଯାଇଥିଲା। ଏଥିଲାଗି ଗ୍ରିନ୍
କରିଡର୍ର ବ୍ୟବସ୍ଥା କରାଯାଇଥିଲା।
ଏମ୍ସ ଭୁବନେଶ୍ବର
ନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ବିଶ୍ବାସ କହିଛନ୍ତି, ନାବାଳିକା ଜଣକ ଆଗାମୀ ୪୮ ଘଣ୍ଟା ଅବଜରଭେସନ୍ରେ ରହିଥିଲେ। ସେ ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ଥିଲେ। ୨୦ରୁ୨୫
ପ୍ରତିଶତ ବ୍ୟତୀତ ଶରୀର ଅନ୍ୟ ସ୍ଥାନ ପୋଡ଼ିଛି। ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ
ବର୍ଣ୍ଣ। କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି। ନାବାଳିକାଙ୍କ ଚିକିତ୍ସାରେ ୧୪ ଜଣିଆ
ଡାକ୍ତରୀ ଟିମ୍ ନିୟୋଜିତ ଥିଲେ।
ଗତକାଲି ନାବାଳିକାଙ୍କୁ
ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ନାବାଳିକା ଜଣକ ପ୍ରାୟ 75
ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା