ଖସୁଛି ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ
ଧର୍ମଶାଳା,୨୦ ଜୁଲାଇ (ହି.ସ.)- ଯାଜପୁର ଜିଲା ଗତ କିଛି ଦିନ ହେଲା ବ୍ରହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟା ପାଣି ଅପରିବର୍ତିତ ରହିଥିବା ବେଳେ ଗତକାଲି ଠାରୁ ନଦୀରେ ଜଳ ପ୍ରବାହ କମିବାରେ ଲାଗିଛି । ଫଳରେ ନଦୀର ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନେ କିଛିଟା ଆଶ୍ୱସ୍ତି ଲାଭ କରିଛନ୍ତି ।
ଖସୁଛି ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ


ଧର୍ମଶାଳା,୨୦ ଜୁଲାଇ (ହି.ସ.)- ଯାଜପୁର ଜିଲା ଗତ କିଛି ଦିନ ହେଲା ବ୍ରହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟା ପାଣି ଅପରିବର୍ତିତ ରହିଥିବା ବେଳେ ଗତକାଲି ଠାରୁ ନଦୀରେ ଜଳ ପ୍ରବାହ କମିବାରେ ଲାଗିଛି । ଫଳରେ ନଦୀର ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନେ କିଛିଟା ଆଶ୍ୱସ୍ତି ଲାଭ କରିଛନ୍ତି । ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବା ବେଳେ ଚଳିତ ଥର ଅଦ୍ୟାବଧି ବନ୍ୟା ପାଣି ବିପଦ ସଙ୍କେତ ଅଡେଇଫୁଟ ତଳେ ପ୍ରବାହିତ ହେଉଥିଲା । ସେପଟେ ରେଙ୍ଗାଲି ଡ୍ୟାମର ୩ ଗୋଟି ଗେଟ ଦେଇ ବନ୍ୟାପାଣି ଛଡାଯିବା ପରେ ବ୍ରାହ୍ମଣୀ ନଦୀର ଜେନାପୁରଠାରେ ୬୪.୫୦ ଫୁଟ ଉପରେ ବନ୍ୟାପାଣି ପ୍ରବାହିତ ହୋଇଥିଲା । ବିଗତ ୫ ଦିନ ଧରି ଏଭଳି ଅବସ୍ଥା ଲାଗିରହିବା ପରେ ଗତକାଲି ଠାରୁ ନଦୀରେ ବନ୍ୟାଜଳ କ୍ରମସ ହ୍ରାସ ପାଇବାରେ ଲାଗିଛି । ଏହି ବନ୍ୟା ପାଣିରେ ଧର୍ମଶାଳା ବ୍ଲକର ଅନେକ ଗାଁ ଓ ଚାଷ ଜମି ପାଣି ଘେରରେ ରହିଥିଲା । ଏବେ ବନ୍ୟା ପାଣି ଖସିବା ଫଳରେ ଗାଁ ଗୁଡିକରେ ପସିଯାଇଥିବା ବନ୍ୟାପାଣି ଖସିବାରେ ଲାଗିଛି । ଏବେ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ୬୧.୨୦ ଫୁଟରେ ପଣି ପ୍ରବାହିତ ହେଉଛି । ରେଙ୍ଗାଲି ଡ୍ୟାମରୁ ଏବେ ମାତ୍ର ଗୋଟିଏ ଗେଟ ଦେଇ ବନ୍ୟାପାଣି ଛଡାଯାଉଛି । ତେବେ ଏହି ବନ୍ୟାରେ କୋତପୁର ସ୍କୁଲରେ ପାଣି ପସିବାରୁ କିଛି ଦିନ ହେଲା ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା । ଏବେ ବନ୍ୟା ପାଣି ଛାଡିଯିବା ପରେ ସ୍କୁଲକୁ ଆଜି ପରିସ୍କାର କରାଯାଇଥିବା ବେଳେ ଆସନ୍ତା କାଲି ସୋମବାର ଠାରୁ ସ୍କୁଲ ଖୋଲାଯିବ ବୋଲି ଜଣାଯାଇଛି । ସେହିପରି ନଦୀ ପଠାରେ ପଳିଥିବା ପନିପରିବା ଓ ଧାନ ଚାଷ ଏହି ବନ୍ୟାରେ ପ୍ରଭାବିତ ହୋଇଛି । ଏବେ ବନ୍ୟାପାଣି ଛାଡି ଯାଇଥିବା ବେଳେ ଏହା ଦ୍ୱାରା ପ୍ରବାବିତ ହୋଇଥିବା ଚାଷୀମାନଙ୍କୁ ଚିହ୍ନଟ କରି ସରକାରି ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande