ରାଜନୀତି କରିବା ପାଇଁ ସରକାର ପୀଡିତାଙ୍କୁ ଦିଲ୍ଲୀ ପଠାଇଛନ୍ତି - କଂଗ୍ରେସ
ବିଜେଡିର ସ୍ୱାଗତ ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତରଣ ବେଳେ ହସ୍ପିଟାଲ କ୍ୟାମ୍ପସ ରେ ପହଂଚିଥିଲେ ବିଜେଡି ଓ କଂଗ୍ରେସ ଟିମ୍‌। ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଭେଟି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସ
ରାଜନୀତି କରିବା ପାଇଁ ସରକାର ପୀଡିତାଙ୍କୁ ଦିଲ୍ଲୀ ପଠାଇଛନ୍ତି - କଂଗ୍ରେସ


ବିଜେଡିର ସ୍ୱାଗତ

ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତରଣ ବେଳେ ହସ୍ପିଟାଲ କ୍ୟାମ୍ପସ ରେ ପହଂଚିଥିଲେ ବିଜେଡି ଓ କଂଗ୍ରେସ ଟିମ୍‌। ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଭେଟି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି। କଂଗ୍ରେସ ପ୍ରଶ୍ନ କରିଛି ଯେ ଭୁବନେଶ୍ୱର ଏମ୍ସରେ ଭଲ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ଅଯଥା ଦିଲ୍ଲୀ କାହିଁକି ନିଆଯାଉଛି। କେବଳ ରାଜନୀତି କରିବା ପାଇଁ ସରକାର ଏପରି କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି। କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି ବି ପୀଡ଼ିତାଙ୍କୁ ଦିଲ୍ଲୀ ନିଆ ଯାଉଥିବା ବେଳେ ବର୍ଣ୍ଣ ୱାର୍ଡ ବାହାରେ ଉପସ୍ଥିତ ଥିଲେ। ସେପଟେ ଆହୁରି ଭଲ ଚିକିତ୍ସା ପାଇଁ ପୀଡ଼ିତା ଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା ନିଷ୍ପତି କୁ ବିଜେଡି ସ୍ୱାଗତ କରିଥିବା କହିଛନ୍ତି ବିଧାୟକ ସୁଶାନ୍ତ ରାଉତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande