ଖଣ୍ଡାସ ଦହିଖିଆ ମଠର ଉନ୍ନତିକରଣ ନିମନ୍ତେ ବରୀ ବିଧାୟକଙ୍କୁ ଦୃଷ୍ଟି ଆକର୍ଷଣ
ଧର୍ମଶାଳା,୨୦ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ଖଣ୍ଡାସସ୍ଥିତ ଦହିଖିଆ ମଠ ବହୁ ଦିନରୁ ଅବହେଳିତ ହୋଇ ପଡିଛି । ଯାହାକି ୫ ପୁରୁଷର ସମାଧି ଖୋଲାମେଲାରେ ପଡି ରହିଛି । ଏନେଇ ସ୍ଥାନୀୟ ଲୋକେ ପୂର୍ବ ସରକାରଙ୍କ ନିକଟରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ ପାଣ୍
ଖଣ୍ଡାସ ଦହିଖିଆ ମଠର ଉନ୍ନତିକରଣ ନିମନ୍ତେ ବରୀ ବିଧାୟକଙ୍କୁ ଦୃଷ୍ଟି ଆକର୍ଷଣ


ଧର୍ମଶାଳା,୨୦ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ଖଣ୍ଡାସସ୍ଥିତ ଦହିଖିଆ ମଠ ବହୁ ଦିନରୁ ଅବହେଳିତ ହୋଇ ପଡିଛି । ଯାହାକି ୫ ପୁରୁଷର ସମାଧି ଖୋଲାମେଲାରେ ପଡି ରହିଛି । ଏନେଇ ସ୍ଥାନୀୟ ଲୋକେ ପୂର୍ବ ସରକାରଙ୍କ ନିକଟରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏବେ ସରକାର ବଦଳିବା ପରେ ଏହି କାମ ହେବା ପୂର୍ବରୁ ବନ୍ଦ ହୋଇଯାଇଛି । ବହୁ ପୁରାତନ ଦହିଖିଆ ମଠର ଉନ୍ନତିକରଣ ନିମନ୍ତେ ଆଜି ଓଳାଶୁଣୀ ମଠ ମହନ୍ତ ରାମାନନ୍ଦ ଦାସ ଏନେଇ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କୁ ଭେଟି ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ଏହି ମଠର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବରୀ ବିଧାୟକ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande