ନୂଆଦିଲ୍ଲୀ, 20 ଜୁଲାଇ (ହି.ସ.)- ମହାନ
ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବଟୁକେଶ୍ୱର
ଦତ୍ତ ଜୀ ତାଙ୍କର ଅଦ୍ୱିତୀୟ ସାହସ ଓ ଦେଶଭକ୍ତି ଦ୍ୱାରା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏs ନୂତନ ଅଧ୍ୟାୟର ଆରମ୍ଭ କରିଥିଲେ। 1929 ମସିହାରେ
କେନ୍ଦ୍ରୀୟ ଆସେମ୍ବଲିରେ ବୋମା ପକାଇ ସେ କେବଳ ବ୍ରିଟିଶ ସାମ୍ରାଜ୍ୟକୁ ଚ୍ୟାଲେଞ୍ଜ୍ କରିନଥିଲେ, ବରଂ ଭାରତବାସୀଙ୍କ ମନରେ ସ୍ୱାଧୀନତା ପ୍ରତି ଆକାଂକ୍ଷା ଅଧିକ ଗଭୀର
କରିଥିଲେ। ଏହି ପଦକ୍ଷେପ କେବଳ ଏକ ବିରୋଧ ନୁହେଁ, ବରଂ ଗୋଟିଏ ମହାକ୍ରାନ୍ତିର ପ୍ରତୀକ ଥିଲା, ଯେଉଁଥିରେ ବଟୁକେଶ୍ୱର ଦତ୍ତ ଜୀ ତାଙ୍କ ପ୍ରାଣବଳି ଦେଇ ଭାରତକୁ
ସ୍ୱାଧୀନତା ପାଇଁ ପ୍ରେରିତ କରିଥିଲେ। ତାଙ୍କର ବୀରତା, ସଂଘର୍ଷ ଓ ଦେଶପ୍ରେମ ସର୍ବଦା ଆମ ସମସ୍ତଙ୍କୁ ପ୍ରେରଣା ଦେଉଥିବ ।
ମହାନ ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତ ଜୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ ଶ୍ରଦ୍ଧାସହିତ
ନମନ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା