ଆଜି ବାଲେଶ୍ବର ଯିବେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର
ଭୁବନେଶ୍ୱର, 20 ଜୁଲାଇ (ହି.ସ.) - ଆଜି ବାଲେଶ୍ବର ଯିବେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ଜାରି ରହିଛି । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ହେବ ପ
ଆଜି ବାଲେଶ୍ବର ଯିବେ     କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର


ଭୁବନେଶ୍ୱର, 20 ଜୁଲାଇ (ହି.ସ.)

- ଆଜି

ବାଲେଶ୍ବର ଯିବେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ବାଲେଶ୍ବର ଏଫ୍‌ଏମ୍‌ କଲେଜ

ଛାତ୍ରୀ ଆତ୍ମାହୁତି ମାମଲାରେ ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ଜାରି ରହିଛି

। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ହେବ ପଚରାଉଚରା । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ଆଇସିସିକମିଟି ସହ ଆଲୋଚନା କରାଯିବ ।

ଏହାପୂର୍ବରୁ ବାଲେଶ୍ବର

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ୍ କଲେଜରେ ପରିସରକୁ ଯାଇ ଘଟଣା

ସ୍ଥଳ ପରିଦର୍ଶନ କରିବା ସହ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିଲା।

ସେହିପରି କ୍ରାଇମ ବ୍ରାଞ୍ଚ ଟିମ୍ ଆହତ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ମଧ୍ୟ ପଚରା ଉଚରା

କରିଥିବା ବେଳେ ଛାତ୍ରୀ ରହୁଥିବା ହଷ୍ଟେଲରେ ମଧ୍ୟ ସ୍ଥିତି ଯାଞ୍ଚ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande