ବିରୋଧୀ ଅଯଥା ରାଜନୀତି କରୁଛନ୍ତି - ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ବଳଙ୍ଗା ଘଟଣାରେ ବିରୋଧୀଙ୍କୁ କଡ଼ା କାଉଂଟର କରିଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ବିରୋଧୀ ଅଯଥା ରାଜନୀତି କରୁଛନ୍ତି। ବିରୋଧୀ କେବଳ ହୋହାଲ୍ଲା କରୁଛନ୍ତି । ଲୋକଙ୍କ ପାଖରୁ ବିରୋଧୀ ମାନେ ପ୍ରତ୍ୟାଖିତ ହୋଇସାରିଲେଣି । ସେ
ବିରୋଧୀ ଅଯଥା ରାଜନୀତି କରୁଛନ୍ତି - ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ବଳଙ୍ଗା ଘଟଣାରେ ବିରୋଧୀଙ୍କୁ କଡ଼ା କାଉଂଟର କରିଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ବିରୋଧୀ ଅଯଥା ରାଜନୀତି କରୁଛନ୍ତି। ବିରୋଧୀ କେବଳ ହୋହାଲ୍ଲା କରୁଛନ୍ତି । ଲୋକଙ୍କ ପାଖରୁ ବିରୋଧୀ ମାନେ ପ୍ରତ୍ୟାଖିତ ହୋଇସାରିଲେଣି । ସେମାନଙ୍କ ଶାସନ ସମୟର ଅନେକ ଉଦାହରଣ ଅଛି। କିନ୍ତୁ ବିଜେପି ଏଭଳି ଘଟଣାରେ ରାଜନୀତି କରିବାକୁ ଚାହୁଁନାହିଁ । ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ଆଜି ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ ସରକାର ଯୋଗାଇ ଦେଇଛନ୍ତି । ପୋଲିସ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ମଧ୍ୟ ତଦନ୍ତ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande