15 ମାସ ବିଳମ୍ବ ଜୁଲାଇ 22ରେ ଭାରତୀୟ ସେନାକୁ ମିଳିବ ତିନି ଆପାଚେ ହେଲିକପ୍ଟର
ନୂଆଦିଲ୍ଲୀ, 20 ଜୁଲାଇ (ହି.ସ.)-ଭାରତୀୟ ସେନା ପାଇଁ ତିନିଟି ଅପାଚେ ଏଏଚ-64ଇ ଯୁଦ୍ଧ ହେଲିକପ୍ଟରର ପ୍ରଥମ ବ୍ୟାଚ୍‌ 22 ଜୁଲାଇରେ ଭାରତରେ ପହଞ୍ଚିବ । ବାକି ତିନିଟି ହେଲିକପ୍ଟରର ଯୋଗାଣ ବର୍ଷ ଶେଷ ସୁଦ୍ଧା ହେବାର ଆଶା ରହିଛି। ସେନା ପାଇଁ ଛଅଟି ଅପାଚେ ହେଲିକପ୍ଟର କ୍ରୟ
15 ମାସ ବିଳମ୍ବ ଜୁଲାଇ     22ରେ ଭାରତୀୟ ସେନାକୁ ମିଳିବ ତିନି ଆପାଚେ ହେଲିକପ୍ଟର


ନୂଆଦିଲ୍ଲୀ, 20 ଜୁଲାଇ (ହି.ସ.)-ଭାରତୀୟ

ସେନା ପାଇଁ ତିନିଟି ଅପାଚେ ଏଏଚ-64ଇ ଯୁଦ୍ଧ ହେଲିକପ୍ଟରର ପ୍ରଥମ ବ୍ୟାଚ୍‌ 22 ଜୁଲାଇରେ ଭାରତରେ

ପହଞ୍ଚିବ । ବାକି ତିନିଟି ହେଲିକପ୍ଟରର ଯୋଗାଣ ବର୍ଷ ଶେଷ ସୁଦ୍ଧା ହେବାର ଆଶା ରହିଛି। ସେନା

ପାଇଁ ଛଅଟି ଅପାଚେ ହେଲିକପ୍ଟର କ୍ରୟ ବ୍ୟୟ ପ୍ରାୟ 800 ମିଲିଅନ୍ ଡଲାର ହେଇଥିଲା। ଏହି

ହେଲିକପ୍ଟରଗୁଡ଼ିକ ଉନ୍ନତ ବୈଶିଷ୍ଟ୍ୟ ରହିଛି, ଏଥିରେ ସୁଦୀର୍ଘ ରାଡାର, ହେଲଫାୟର ମିସାଇଲ, ଆକାଶରୁ ଭୂମିକୁ ଘାତ କରିପାରୁଥିବା ରକେଟ୍ ଏବଂ ଅନ୍ୟାନ୍ୟ ଘାତକ

ପ୍ରଣାଳୀ ଅନ୍ତର୍ଭୁକ୍ତ ଅଛି। ଅପାଚେ ହେଲିକପ୍ଟରଗୁଡ଼ିକ ଉତ୍ତର ଓ ପଶ୍ଚିମ ସୀମା ସହିତ ପାହାଡ଼

ଅଞ୍ଚଳରେ ବିଶେଷ ବିପଦର ସାମ୍ନା କରିବାରେ ପ୍ରଭାବଶାଳୀ ହେବେ।

ଗତ ବର୍ଷ ପ୍ରତିରକ୍ଷାମନ୍ତ୍ରୀ

ରାଜନାଥ ସିଂହଙ୍କ ଆମେରିକା ଯାତ୍ରା ସମୟରେ ସେନା ପାଇଁ ଅପାଚେ ହେଲିକପ୍ଟର ଯୋଗାଣରେ ହେଉଥିବା

ବିଳମ୍ବ ମାମଲା ଉଠାଯାଇଥିଲା, କିନ୍ତୁ ଏହା ସତ୍ତ୍ୱେ ଡେଲିଭେରୀରେ ପ୍ରାୟ 15 ମାସର ବିଳମ୍ବ ଘଟିଛି। ଆମେରିକାରେ ନିର୍ମିତ

ଏଏଚ-64ଇ ହେଲିକପ୍ଟରର ଯୋଗାଣ ବିଳମ୍ବର ପ୍ରଧାନ କାରଣ ହେଉଛି ବୋଇଂ କମ୍ପାନୀର ସପ୍ଲାଇ ଚେନ୍‌ର

ବାଧା,

ଯାହା ଉତ୍ପାଦନ ଗତିକୁ ଧୀର କରିଦେଇଛି। ଭାରତୀୟ ସେନା 2020 ମସିହାରେ

ଆମେରିକା ସହିତ 600 ମିଲିଅନ୍ ଡଲାରର ଚୁକ୍ତି କରିଥିଲା, ଏହା ଅନୁସାରେ ଛଅଟି ଏଏଚ-64ଇ ଅପାଚେ ଆଟ୍ୟାକ୍ ହେଲିକପ୍ଟର କ୍ରୟ

ହେବାର ଥିଲା। ସମୟରେ ଯୋଗାଣ ମିଳିବ ବୋଲି ଆଶା କରି ସେନା ଗତ ବର୍ଷ 15 ମାର୍ଚ୍ଚରେ ଯୋଧପୁରରେ

ଅପାଚେ ଯୁଦ୍ଧ ହେଲିକପ୍ଟରର ପ୍ରଥମ ସ୍କ୍ୱାଡ୍ରନ୍ ମଧ୍ୟ ଗଠନ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande