ଜାରକା ରୋଟାରୀ ଓ ଇନରହୁଇଲ କ୍ଲବର ଅଧିଷ୍ଠାନ ଉତ୍ସବ
ଧର୍ମଶାଳା, ୨୦ ଜୁଲାଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ୍ ଜାରକା ଷ୍ଟାଡିୟମ ପରିସରରେ ରୋଟାରୀ ଓ ଇନରହୁଇଲ କ୍ଲବ ଜରକାର ମିଳିତ ଭାବେ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବ
ଜାରକା  ରୋଟାରୀ ଓ ଇନରହୁଇଲ କ୍ଲବର ଅଧିଷ୍ଠାନ ଉତ୍ସବ


ଧର୍ମଶାଳା, ୨୦ ଜୁଲାଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ୍ ଜାରକା ଷ୍ଟାଡିୟମ ପରିସରରେ ରୋଟାରୀ ଓ ଇନରହୁଇଲ କ୍ଲବ ଜରକାର ମିଳିତ ଭାବେ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠୀ ଯୋଗଦେଇ ନିସ୍ୱାର୍ଥପର ସେବା କରିବାକୁ ରୋଟାରୀ ଓ ଇନରହୁଇଲ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଅଧିଷ୍ଠାନ ଉତ୍ସବରେ ଜାରକା ରୋଟାରୀ କ୍ଲବର ପୁର୍ବତନ ସଭାପତି ଆଇନଜିବୀ ରାଜେନ୍ଦ୍ର ପଲେଇ ଓ ସମ୍ପାଦକ ଜୟ ପ୍ରକାଶ ତ୍ରିପାଠୀଙ୍କ ଠାରୁ ନବନିର୍ବାଚିତ ସଭାପତି ସୁକାନ୍ତ କୁମାର ସ୍ୱାଇଁ ଓ ସମ୍ପାଦକ ରୋଟାରୀଆନ ଦୀପକ ଜେନା ୨୦୨୫/୨୬ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି ଜାରକା ଇନରହୁଇଲର ପୁର୍ବତନ ସଭାପତି ରଶ୍ମିତା ନାୟକ ଓ ସମ୍ପାଦକ ଲୋପାମୁଦ୍ରା ଷେଣ୍ଢ ୨୦୨୫/୨୬ ବର୍ଷ ପାଇଁ ନିବନିର୍ବାଚିତ ସଭାପତି ଲୋପାମୁଦ୍ରା ଷେଣ୍ଢ ଓ ସମ୍ପାଦକ ପ୍ରଭାତ ନଳିନୀ ସାହୁଙ୍କୁ ଦାୟିତ୍ୱ ହସତାନ୍ତର କରିଥିଲେ । ଏହି ଅଧିଷ୍ଠାନ ଉତ୍ସବରେ ରୋଟାରୀଆନ ଲଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ ସ୍ୱାଗତ କରିଥିବା ବେଳେ ରୋଟାରିଆନ ବିନୋଦ ପରିତା ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବତନ ଇନରହୁଇଲ ସଭାନେତ୍ରୀ ମିନତୀ ସାହୁ, ସଦସ୍ୟା ଅର୍ଚ୍ଚନା ସ୍ୱାଇଁ ଓ ବିଶ୍ୱାମିତ୍ରା ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ପ୍ରଦୀପ୍ତ କୁମାର ବରାଳ, ଇଂ ବିପିନ ଷଡ଼ଙ୍ଗୀ, ହରିହର ପଣ୍ଡା, ଅଜାମ୍ବର ସାହୁ, ପ୍ରଶାନ୍ତ ପୃଷ୍ଟି, ଜୟପ୍ରକାଶ ତ୍ରିପାଠୀ, କଳାକର ମହାନ୍ତି, କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ, ପ୍ରମୋଦ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରୋଟାରୀଆନ ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande