ଭୁବନେଶ୍ୱର, 20 ଜୁଲାଇ (ହି.ସ.)
- ଆଜି ହେବାକୁ
ସ୍ବତନ୍ତ୍ର ଓଟିଇଟି-୨୦୨୫ ପରୀକ୍ଷା ସ୍ଥଗିତ । ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ହୋଇଛି । ଏନେଇ ଓଡ଼ିଶା
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ପାଇଁ ନୂଆ ତାରିଖ
ଘୋଷଣା କରିବ ବୋର୍ଡ ।
ଏଠାରେ ସୂଚନାଯୋଗ୍ୟ, ପରୀକ୍ଷା ପୂର୍ବରୁ
ସୋସିଆଲ ମିଡିଆରେ ଓଟିଇଟିର ହାତଲେଖା ପ୍ରଶ୍ନ ପତ୍ର ଘୂରିବୁଲୁଥିବା ଅଭିଯୋଗ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା