ଆମେ ଯଦି ଥାଆନ୍ତୁ ଏପରି କେବେ ହୋଇ ନଥାନ୍ତା - ସମୀର ଦାସ
ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ବିଜେପି ନେତା ସମୀର ଦାସ ରବିବାର ବଳଙ୍ଗା ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଭୁବନେଶ୍ୱର ଏମସରେ ପହଂଚିଥିଲେ। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ପୀଡ଼ିତାଙ୍କୁ ଭେଟିବା ପାଇଁ କାହିଁକି ଆସିଲେ ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ତାଙ୍କୁ
ଆମେ ଯଦି ଥାଆନ୍ତୁ ଏପରି କେବେ ହୋଇ ନଥାନ୍ତା - ସମୀର ଦାସ


ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ବିଜେପି ନେତା ସମୀର ଦାସ ରବିବାର ବଳଙ୍ଗା ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଭୁବନେଶ୍ୱର ଏମସରେ ପହଂଚିଥିଲେ। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ପୀଡ଼ିତାଙ୍କୁ ଭେଟିବା ପାଇଁ କାହିଁକି ଆସିଲେ ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ତାଙ୍କୁ ପଚାରନ୍ତୁ ସେ କହି ପାରିବେ। ମୋ ଧର୍ମ ଥିଲା ମୁଁ ଆସିଲି। ସି ସୁଡ କମ୍ ବୋଲି କହିଛନ୍ତି ସମୀର ଦାସ। ମୁଁ ଆଗରୁ ବିଧାୟକ କରାଉଥିଲି। ତାପରେ ବିଧାୟକ ହେଲି। ଆମ ଅଂଚଳରେ ଏସବୁ ହୁଏନି। ମୋ ମନ ବିନ୍ଧୁଚି କାନ୍ଦୁଛି। ଆମେ ଯଦି ଥାଆନ୍ତୁ ଏପରି କେବେ ହୋଇ ନଥାନ୍ତା। ଭୁବନେଶ୍ୱର ଏମ୍ସ ରୁ ଦିଲ୍ଲୀ ଏମ୍ସ ଏୟାର ଲିଫ୍ଟ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ଦାସ।

ଏହାଛଡା ବିରୋଧୀଙ୍କ ବିରୋଧ ନେଇ ସେ କହିଛନ୍ତି ଆମ ଅଂଚଳରେ ଏମିତି ଘଟଣା କିପରି ଘଟିଲା ଏହି କଥା ମନକୁ ଆସୁଛି। ଏ କଥା ସମ୍ପର୍କରେ କେହି କେବେ ଚିନ୍ତା କରି ନଥିଲେ। ଯାହା ଆଜି ଘଟିଲା। ପୋଲିସ୍ ତଦନ୍ତ ଚଳାଇଛି। ତଦନ୍ତ ପରେ ସତ୍ୟାସତ୍ୟ ରିପୋର୍ଟ ଆସିବ। ସିସିଟିଭି ଫୁଟେଜ ରୁ ପୋଲିସ୍ କିଛି ପାଇ ନାହିଁ। ସେ ଦିଗରେ ପୋଲିସ୍ ଫେଲ ମାରି ସାରିଛି। ପୋଲିସ୍ ବିଭିନ୍ନ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ପୀଡ଼ିତାଙ୍କ ବାପା ସହ ଘନିଷ୍ଠ ସଂପର୍କ ଅଛି। ସ୍ଥାନୀୟ ଲୋକ ଦ୍ୱାରା ଏହି ଘଟଣା ଘଟି ଥାଇପାରେ। ବାହାର ଲୋକ କେହି ସାହସ କରିପାରିବେ ନାହିଁ। ପୀଡ଼ିତାଙ୍କୁ ନେଇ ଏମ୍ସରେ ହେଉଥିବା ରାଜନୀତି ଭଲ ନୁହେଁ। ବିରୋଧୀ ଜାଣିଥିବେ କଣ ପାଇଁ ରାଜନୀତି କରୁଛନ୍ତି। କିନ୍ତୁ ପୀଡ଼ିତାଙ୍କୁ ଭଲ ଚିକିତ୍ସା ଯୋଗାଇ ଦିଆଯାଉଛି। ଦୁର୍ଘଟଣା ଘଟିବା ମାତ୍ରେ ସରକାର ଚିକିତ୍ସା ସହାୟତା ଯୋଗାଇ ଦେଇଛନ୍ତି। ଏ ଘଟଣାର ବି ଖୁଲାସା ହେବ। ହସ୍ପିଟାଲ ପରିବେଶ ସ୍ୱତନ୍ତ୍ର ପରିବେଶ। ଏଠାରେ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସମୀର ଦାସ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande