ଶିଶୁ ସମାଚାରର ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା
ପୁରୀ, ୨୦ ଜୁଲାଇ (ହି.ସ.)- ଶିଶୁ ମାନଂକ ମାସିକ ଖବର କାଗଜ ଶିଶୁ ସମାଚାରର ଅଷ୍ଟାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ ଆସନ୍ତା ଅଗଷ୍ଟ ୨ ତାରିଖ ପୁରୀ ଟାଉନ ହଲ ରେ ଅନୁଷ୍ଠିତ ହେବ। ତା ପୂର୍ବରୁ ରବିବାର ଦିନ ଦୋଳ ମଣ୍ଡପ ସାହି ୟୁ ପି ସ୍କୁଲ ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତା ରେ ଶତାଧିକ ଛାତ୍ର ଛାତ୍ରୀ
ଶିଶୁ ସମାଚାର ର ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା


ଶିଶୁ ସମାଚାର ର ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା


ପୁରୀ, ୨୦ ଜୁଲାଇ (ହି.ସ.)- ଶିଶୁ ମାନଂକ ମାସିକ ଖବର କାଗଜ ଶିଶୁ ସମାଚାରର ଅଷ୍ଟାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ ଆସନ୍ତା ଅଗଷ୍ଟ ୨ ତାରିଖ ପୁରୀ ଟାଉନ ହଲ ରେ ଅନୁଷ୍ଠିତ ହେବ। ତା ପୂର୍ବରୁ ରବିବାର ଦିନ ଦୋଳ ମଣ୍ଡପ ସାହି ୟୁ ପି ସ୍କୁଲ ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତା ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଶିଶୁ ସମାଚାର ର ସମ୍ପଦକ୍ ସୁକାନ୍ତ ପଣ୍ଡା, ପରିଚାଳନା ମଣ୍ଡଳୀ ସଦସ୍ୟ ଶରତ କୁମାର୍ ରାୟଗୁରୁ, ଉପଦେଷ୍ଟା ଧ୍ରୁବ ଚରଣ କର, ବିଜୟ କୁମାର ପଣ୍ଡା ପ୍ରତିଯୋଗିତାକୁ ଶୁଭାରମ୍ଭ କରି କହିଲେ ଯେ, ପିଲା ମାନଂକ ମଧ୍ୟରେ ପ୍ରତିଭା କୁ ଲୋକ୍ ଲୋଚନ କୁ ଆଣିବା ପାଇଁ ଶିଶୁ ସମାଚାର ତାର ଅହରହ ଚେଷ୍ଟା ଚାଲୁ ରଖିଛି । ଏଥିରେ ଶିକ୍ଷକ ଅଭିଭାବକ ମାନଂକ ର ସହଯୋଗ କୁ ପ୍ରଶଂସା କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତା ରେ ଦୁର୍ଗା ମାଧବ କର, ଚନ୍ଦ୍ର ଶେଖର ମହାରଣା, ସତ୍ୟ ପାଢ଼ୀ, ବିଶ୍ୱନାଥ ପଣ୍ଡା କେଶବ ନାୟକ ଓ ବକୃତା ରେ ଶିବ ସୁନ୍ଦର ମିଶ୍ର, ବାସନ୍ତୀ ଦେବୀ, ସଂଘମିତ୍ରା ଦାସ, ସିଦ୍ଧାର୍ଥ ରୟ, ଶୁଭ ନାରାୟଣ ଶତପଥି, ରେଣୁକା ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ଏହାକୁ ବନିତା ଦୀକ୍ଷିତ, ପ୍ରଦ୍ୟୁଟ ଦାସ,ପ୍ରିତମ୍ ମିତ୍ର, ଆକାସ ସିଂ, ମୋନାଲିସା ଜେନାପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande