ସ୍ୱାଭିମାନ ମଂଚ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ
ଧର୍ମଶାଳା, ୨୦ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ ମଂଚ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମଂଚର ସଭାପତି ସୁଧାକର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଂଚର ସମସ୍ତ ସଦସ୍ୟ
ସ୍ୱାଭିମାନ ମଂଚ ପକ୍ଷରୁ ଚାରା ରୋପଣ


ଧର୍ମଶାଳା, ୨୦ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ ମଂଚ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମଂଚର ସଭାପତି ସୁଧାକର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଂଚର ସମସ୍ତ ସଦସ୍ୟ ସେଯଗଦେଇ ଚାରା ରୋପଣ କରିଥିଲେ । କାଏମା ୧୪ନମ୍ବର କେନାଲ ବନ୍ଧ ର ପାଶ୍ୱର୍ରେ ବୋଉଳ , ଆକାଶୀ , କୃଷ୍ଣ ଚୁଡ଼ା, କଦମ , ପିଜୁଳି ଭଳି ଅନେକ ଉପକାରୀ ଗଛର ଚାରା ରୋପଣ କରାଯାଇଛି । ଏବେ ପରିବେଶ ପ୍ରଦୂଷଣ ଭୟାନକ ଭାବେ ବଢିବାରେ ଲାଗିଥିବା ବେଳେ ବାୟୁ ମଣ୍ଡଳରେ ଗରମର ମାତ୍ରା ଅଧିକ ଅନୁଭୁତ ହେଉଛି । ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରାଗଲେ ପ୍ରଦ୍ୟୁଷଣକୁ ନିୟନ୍ତ୍ରଣ କରାଯାଇପାରିବ । ଏଥୂପ୍ରତି ସଚେତନତା ସୃଷ୍ଟି କରିବାପାଇଁ ମଂଚ ଏପରି ଏକ ମହତ୍ କାର୍ଯ୍ୟ କରିବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ବର୍ଷରେ ନିଜର ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାଇବାକୁ ମଂଚର ସଂପାଦକ ନିକୁଞ୍ଜ ବେହେରା ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି । ଏହା ଯୋଗୁ ପରିବେଶ ସନ୍ତୁଳନ ହେବା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ବୋଲି ମଂଚର ସଭାପତି କହିଛନ୍ତି । ଏଥିସହ ପ୍ରତ୍ୟେକ ନାଗରିକ ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ତାହାର ଦାୟତ୍ୱ ନେବା ନିତାନ୍ତ ଆବଶ୍ୟକ ବୋଲି ମଂଚ ପକ୍ଷରୁ ଆହ୍ୱାନ ଦିଆଇଛି ।ଏହି କାର୍ଯ୍ୟକ୍ରରେ କୋଷାଧ୍ୟକ୍ଷ ଶିଶିର ମାହାଣା, ପ୍ରଦୀପ୍ତ ସାହୁ, ସୌମ୍ୟ ରଞ୍ଜନ ମହାନ୍ତି, ଚିନ୍ମୟ ଦାସ, ବିନୋଦ ବେଜ, ମନୋରଞ୍ଜନ ଜେନା, ସୁବ୍ରତ ସାହୁ, ଅଭିନାସ ବେହେରା, ମାନସ ରଂଜନ ସ୍ୱାଇଁ, କାର୍ତିକ ମଲ୍ଲିକ, ଦେବବ୍ରତ ପଣ୍ଡା, ସୁକାନ୍ତ ସାହୁ, ଶିବପ୍ରସାଦ ମହାନ୍ତି ପ୍ରମୁଖ ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande