ବଳଙ୍ଗା ଛାତ୍ରୀଙ୍କୁ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲା ଯୁବ କଂଗ୍ରେସ
ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ରାଜ୍ୟରେ ଆଇନ କାନୁନ ବିପର୍ଯ୍ୟୟ ପରିସ୍ଥିତି ରେ। ନାରୀ ସୁରକ୍ଷା କଥା କହିଲେ ନ ଚଳେ, କେତେବେଳେ ଗୋପାଳପୁର ରେ, କେତେବେଳେ ବାଲେଶ୍ୱର ଏଫ.ଏମ କଲେଜ ଏବଂ ଗତ କାଲି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳଙ୍ଗା ର ଛାତ୍ରୀ ଅବସ୍ଥା ଯାହା ହୋଇଛି ତାହା ସମସ୍ତଙ୍କୁ ଜଣା।୭
ବଳଙ୍ଗା ଛାତ୍ରୀଙ୍କୁ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲା ଯୁବ କଂଗ୍ରେସ


ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ରାଜ୍ୟରେ ଆଇନ କାନୁନ ବିପର୍ଯ୍ୟୟ ପରିସ୍ଥିତି ରେ। ନାରୀ ସୁରକ୍ଷା କଥା କହିଲେ ନ ଚଳେ, କେତେବେଳେ ଗୋପାଳପୁର ରେ, କେତେବେଳେ ବାଲେଶ୍ୱର ଏଫ.ଏମ କଲେଜ ଏବଂ ଗତ କାଲି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳଙ୍ଗା ର ଛାତ୍ରୀ ଅବସ୍ଥା ଯାହା ହୋଇଛି ତାହା ସମସ୍ତଙ୍କୁ ଜଣା।୭୦ ଭାଗ ଶରୀର ପଡିଥିବା ଛାତ୍ରୀ ହସ୍ପିଟାଲ ରେ ଜୀବନ ସହ ସଙ୍ଘର୍ଷ କରୁଛି। ପୀଡିତାଙ୍କୁ ନ୍ୟାୟ ଦାବିରେ ରବିବାର ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୂଦୀପ ସାମଲ ସାମିଲ ହୋଇଥିବା ବେଳେ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକଜୁଟ ହୋଇ ପୁରୀ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ଏହି ଘେରାଉ ରେ ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ସେମାନଙ୍କ କୁଶପୁତ୍ତଳିକା ଜାଳିବା ସହ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜୋର-ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲା ଜ଼ିଲ୍ଲା ଯୁବ କଂଗ୍ରେସ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande