ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ମାଡ ମାରିବା ଘଟଣା : ଯାଜପୁର ଆରକ୍ଷୀ ଅଧୀକ୍ଷକ ସତ୍ୟତା ପ୍ରକାଶ କରିବାକୁ ଦାବି
ଧର୍ମଶାଳା,୭ଅଗଷ୍ଟ(ହି.ସ.) - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏକ ଘରୋଇ କଳିକୁ ନେଇ ଥାନାରେ ଅଟକ ଥିବା ଜଣେ ଯୁବକ ହଠାତ୍ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତି ହୋଇ ଥିଲେ । ଥାନା ହାଜତରେ ଥାର୍ଡ ଡିଗ୍ରୀରେ ଭୟଭିତ ହୋଇ ଯୁବକ ଜଣକ ବିଷ ପିଇ ଦେଇଥିବା ନେ
ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ମାଡ ମାରିବା ଘଟଣା : ଯାଜପୁର ଆରକ୍ଷୀ ଅଧୀକ୍ଷକ ସତ୍ୟତା ପ୍ରକାଶ କରିବାକୁ ଦାବି


ଧର୍ମଶାଳା,୭ଅଗଷ୍ଟ(ହି.ସ.) - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏକ ଘରୋଇ କଳିକୁ ନେଇ ଥାନାରେ ଅଟକ ଥିବା ଜଣେ ଯୁବକ ହଠାତ୍ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତି ହୋଇ ଥିଲେ । ଥାନା ହାଜତରେ ଥାର୍ଡ ଡିଗ୍ରୀରେ ଭୟଭିତ ହୋଇ ଯୁବକ ଜଣକ ବିଷ ପିଇ ଦେଇଥିବା ନେଇ ପରିବାର ଲୋକେ କହିଛନ୍ତି । ଥାନା ପକ୍ଷରୁ ପରିବାରବର୍ଗଙ୍କୁ ନ ଜଣାଇ ତାଙ୍କୁ କଟକ ମେଡିକାଲରେ ଭର୍ତି କରିଥିଲେ । ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପ୍ରକୃତ କାରଣ ଜଣାପଡିଥିଲା । ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ମହିପୁର ଗ୍ରାମର ରବିନ୍ଦ୍ର ମଲ୍ଲିକ ଦୁଇ ପରିବାର ମଧ୍ୟରେ ଝଗଡାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପାଇଁ ଯାଇଥିଲେ । ହେଲେ ରବିନ୍ଦ୍ରଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ ହୋଇଥିବାରୁ ପୋଲିସ ରବିନ୍ଦ୍ରକୁ ଅଟକ ରଖି ଥିଲା । ସେ ଥାନାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତି କରାଯାଇଥିଲା । ପୁଅକୁ ଭେଟ କରିବା ପାଇଁ ପରିବାର ଲୋକେ ଥାନାକୁ ଆସିଥିଲେ ସୁଦ୍ଧା ପୁଅକୁ ପୋଲିସ ଭେଟ କରାଇ ଦେଇ ନ ଥିଲା । ପୁଅ ଦେହ ଖରାପ ଅଛି, ତାକୁ କଟକ ମେଡିକାଲରେ ଭର୍ତି କରାଯାଇଛି । ପରିବାର ଲୋକେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅକୁ ଦେଖିବାକୁ ପାଇଲେ । ପୁଅକୁ ଥାନାରେ ନିସ୍ତୁକ ମାଡ ମରା ଯାଇଥିବା ବେଳେ ପୁଅ ବିଷ ପିଇ ଥିବା ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଥାନା ପରିସରରେ ବିଷ କେଉଁଠୁ ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଯଦି ପୁଅ ଦେହ ଖରାପ ଥିଲା ପୋଲିସ କାହିଁକି ଆମ ପୁଅକୁ ଦେଖା କରାଇ ଦେଉ ନ ଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସମସ୍ତ ଘଟଣାର ସିସି କ୍ୟାମେରାରେ କଏଦ ହୋଇଛି । ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ ତୁରନ୍ତ କଟକ ମେଡିକାଲ ପଠା ଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ଏହି ଘଟଣାରେ ତଦନ୍ତ ଚାଲିଛି । ମାଡ ମାରିବା ଓ ବିଷ ପିଇବା ଘଟଣାକୁ ଖଣ୍ଡନ କରିଛନ୍ତି ଥାନା ଅଧିକାରୀ ସମରଜିତ୍ ନାୟକ । ଅନ୍ୟପଟେ ଥାନାରେ ପୁଅ ପ୍ରତି ହୋଇଥିବା ଅତ୍ୟାଚାର ପାଇଁ ମାଆ ଭୂତି ମଲ୍ଲିକ ଓ ଆହତଙ୍କ ଭାଇ ଗୌତମ ନ୍ୟାୟ ଦାବି କରିଛନ୍ତି । ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ପୋଲିସ ସେପରି କିଛି ପଦକ୍ଷେପ ନେଇ ପାରୁ ନାହିଁ ଯାହାକି ପ୍ରଶାସନ ଉପରେ ଜନସାଧାରଣଙ୍କ ଭରସା ତୁଟି ଯାଉଛି । ଏଭଳି ଘଟଣାକୁ ନେଇ ଆଜି ଯାଜପୁର ଜିଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଯାଜପୁର ଆରକ୍ଷା ଅଧିକ୍ଷକ ଘଟଣାର ସତ୍ୟତା ଲୋକା ଲୋଚନକୁ ଆଣିବାକୁ ସାଧାରଣରେ ଦୃଢ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande