ଜୟପୁର, 6 ଅଗଷ୍ଟ (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ୨୬ ନମ୍ବର ଜାତୀୟ ରାଜପଥ ଜୟନ୍ତୀ ଗିରି ନିକଟରେ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଜୟନ୍ତୀ ଗିରି ଗ୍ରାମର ୩୫ ବର୍ଷୀୟ ଚନ୍ଦ୍ର ହରିଜନ।କୋଟପାଡ଼ ଅଞ୍ଚଳ ରୁ ୮୦ଜଣ ଲେବର କୁ ଧରି କେରଳ ଅଭିମୁଖେ ଯାଉଥିଲା ଏକ ବସ। ଜୟନ୍ତୀ ଗିରି ନିକଟରେ ରାସ୍ତା କଡରେ ଚାଲି ଯାଉଥିବା ଯୁବକ ଉପରେ ମାଡି ଗଲା ବସ। ଫଳରେ ଯୁବକ ଙ୍କ ମୃତ୍ୟୁ ଘଟିଛି।ଘୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଛି ବସ ଚାଳକ।ଯୁବକ ଙ୍କ ଶବ ବୋରିଗୁମ୍ମା ମେଡିକାଲ ରେ ପଡିଛି। ସେପଟେ କ୍ଷତି ପୁରାଣ ଦାବି କରିଛନ୍ତି ମୃତ ଯୁବକ ଭାଇ ଓ ସମ୍ପରିକୀୟ।ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି