୬୬୨ ବର୍ଗ ଅଧ୍ୟାପକ ଏବଂ କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
୬୬୨ ବର୍ଗ ଅଧ୍ୟାପକ ଏବଂ କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
Collector nku dabi patra pradana


୬୬୨ ବର୍ଗ ଅଧ୍ୟାପକ ଏବଂ କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାରିପଦା, ହିr, 6 ଅଗଷ୍ଟ (ହି.ସ.)ଆଜି ୬୬୨ ବର୍ଗ ଅଧ୍ୟାପକ ଏବଂ କର୍ମଚାରୀ ସଙ୍ଘ, ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାକିରୀ ସର୍ତ୍ତାବଳୀ ଏବଂ ପେନସନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ହେମକାନ୍ତ ସୟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ସଙ୍ଘର ଜିଲ୍ଲା ସଭାପତି ଡ଼. ସଂଗ୍ରାମ କେଶରୀ ମଲ୍ଲିକ ଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶ ରେ ସମ୍ପାଦକ ମନୋଜ କୁମାର ସାହୁ, ସଦସ୍ୟ ଗୁଣକର ଦାସ, ଅଶୋକ ସାହୁ, ପ୍ରଦୀପ ସାହୁ, ଗୋପୀନାଥ ବିଶ୍ୱାଳ, ସମରେନ୍ଦ୍ର ବସା, ହରିହର ଦତ, ମନୋରଞ୍ଜନ ସାହୁ, ପ୍ରମୋଦ କୁମାର ମିଶ୍ର, ହିରନମୟୀ ଶତପଥି, ରଞ୍ଜନ କୁମାର ମହାପାତ୍ର, ମାନଗୋବିନ୍ଦ ଖିଲାର, ଅଶ୍ୱନୀରଂଜନ ମିଶ୍ର, କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ 662 ବର୍ଗ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଜିଲ୍ଲା ପାଳଙ୍କ ସହ ଆଲୋଚନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande