ଜୟପୁର, 6 ଅଗଷ୍ଟ (ହି.ସ.) ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ଚଳିତ ବର୍ଷ ପ୍ରଥମ ବର୍ଷର ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଥିଲା । ବିଦ୍ୟାଳୟର କର୍ମଚାରି ଏବଂ ଦ୍ୱୀତିୟ ବର୍ଷର ଛାତ୍ର ଛାତ୍ରୀ ମାନେ ଉକ୍ତ କାଯ୍ୟକ୍ରମ ଆୟୋଜନ କରିଥିଲେ । ପ୍ରଥମ ବର୍ଷର ୧୮ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଥିଲେ । ସମସ୍ତେ ନିଜ ନିଜର ପରିଚୟ ଏବଂ କଳା ଶିକ୍ଷାର ମହତ୍ତ ଏବଂ ଉଦ୍ଦେଷ୍ୟ ବିଷୟରେ କହିଥିଲେ । ବିଦ୍ୟାଳ୍ୟୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଉକ୍ତ କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶେଷରେ ସଂସ୍କୃୁତିକ କାଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଉକ୍ତ କାଯ୍ୟକ୍ରମରେ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଉତ୍ତମ ପାଣିଗ୍ରାହୀ , ସାଗରିକା ପାତ୍ର, କର୍ମଚାରି କେ ସିନିଲ କୁମାର , ସୁରେନ୍ଦ୍ର ବାଘ, ଶ୍ରୀଧର ରାଉତ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି