ଭିଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ନଥି ରକ୍ଷକ
କେନ୍ଦୁଝର, 6 ଅଗଷ୍ଟ (ହି.ସ.) ଆଜି କେନ୍ଦୁଝର ଅତିରିକ୍ତ ଉପ ଜିଲ୍ଲାପାଳ ( ବନ୍ଦୋବସ୍ତ)ଙ୍କ କାର୍ଯ୍ୟାଳୟରେ ରେଡ କରିଥିଲା ଜିଲ୍ଲା ଭିଜିଲାନ୍ସ ବିଭାଗ। ଏଥିରେ ସହକାରୀ ନଥି ରକ୍ଷକ ଭାବେ କାର୍ଯ୍ୟରତ ହାଡିବନ୍ଧୁ ବେହେରା ଚିନାମାଳିପଶି ଗ୍ରାମର ସୁଶିଲ ମହାନ୍ତଙ୍କ ଠାରୁ ଅମିନ ରିପୋର୍ଟ ପାଇଁ ତିନି ହ
Assistant record kipar arrest


କେନ୍ଦୁଝର, 6 ଅଗଷ୍ଟ (ହି.ସ.)

ଆଜି କେନ୍ଦୁଝର ଅତିରିକ୍ତ ଉପ ଜିଲ୍ଲାପାଳ ( ବନ୍ଦୋବସ୍ତ)ଙ୍କ କାର୍ଯ୍ୟାଳୟରେ ରେଡ କରିଥିଲା ଜିଲ୍ଲା ଭିଜିଲାନ୍ସ ବିଭାଗ। ଏଥିରେ

ସହକାରୀ ନଥି ରକ୍ଷକ ଭାବେ କାର୍ଯ୍ୟରତ ହାଡିବନ୍ଧୁ ବେହେରା ଚିନାମାଳିପଶି ଗ୍ରାମର ସୁଶିଲ ମହାନ୍ତଙ୍କ ଠାରୁ ଅମିନ ରିପୋର୍ଟ ପାଇଁ ତିନି ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ । ଦୀର୍ଘଦିନ ଧରି ଉକ୍ତ କାର୍ଯ୍ୟାଳୟ ଦୁର୍ନୀତିର ଗ୍ରନ୍ଥାଗାର ହୋଇଥିଲେ ମଧ୍ୟ ଭିଜିଲାନ୍ସ ଆଖିରୁ ବାଦ ପଡିଥିଲା। ଏହା ସହ ତାଙ୍କ ସରକାରୀ ବାସଭବନ ଓ ପୈତୃକ ଘରେ ରେଡ ଜାରିରଖିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande