ନୂତନ ଡିଏଫଓ କାର୍ଯ୍ୟରେ ଯୋଗଦାନ
ବାରିପଦା, ୬ ଅଗଷ୍ଟ (ହି.ସ.) - ବାରିପଦାର ନୂତନ ବନଖଣ୍ଡ ଅଧିକାରୀ(ଡିଏଫଓ) ଭାବେ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ବୁଧବାର ବାରିପଦା ସ୍ଥିତ କାର୍ଯ୍ୟାଳୟରେ ପୂର୍ବର ଡିଏଫଓ ଏ ଉମା ମହେଶଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ସମ୍ବର
DFO Join


ବାରିପଦା, ୬ ଅଗଷ୍ଟ (ହି.ସ.) - ବାରିପଦାର ନୂତନ ବନଖଣ୍ଡ ଅଧିକାରୀ(ଡିଏଫଓ) ଭାବେ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ବୁଧବାର ବାରିପଦା ସ୍ଥିତ କାର୍ଯ୍ୟାଳୟରେ ପୂର୍ବର ଡିଏଫଓ ଏ ଉମା ମହେଶଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ପୂର୍ବର ଡିଏଫଓଙ୍କୁ ବିଦାୟକାଳୀନ ଓ ନୂତନ ଡିଏଫଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବାରିପଦା ବନଖଣ୍ଡ ଅନ୍ତର୍ଗତ ରେଞ୍ଜର, ଫୋରେଷ୍ଟର, ବନରକ୍ଷୀ ଓ ବନସେବା ସମିତିର କାର୍ଯ୍ୟକର୍ତା ମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ବାରିପଦା ବନଖଣ୍ଡ ଅଂଚଳରେ ବନ ସୁରକ୍ଷା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ନୂତନ ଡିଏଫଓ ଶ୍ରୀ ବିଶ୍ୱାଳ କହିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପୂର୍ବର ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ଜୟପୁର ବନଖଣ୍ଡ ଅଧିକାରୀ ଭାବେ ଏବଂ ପିସିସିଏଫ କାର୍ଯ୍ୟଳୟର ଅତିରିକ୍ତ ବନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ବାରିପଦା ଡିଏଫଓ ଭାବେ ବଦଳି କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande