ଜୟପୁର, ୬ ଅଗଷ୍ଟ (ହି.ସ.) - ୭୯ ତମ ସ୍ୱାଧୀନତା ଦିବସ ସମାରୋହରେ ଦିଲ୍ଲୀ ଯିବେ ମହିଳା ସୁପରଭାଇଜର ସର୍ମିଷ୍ଠା ନାୟକ । ଲାଲକିଲ୍ଲା ସ୍ୱାଧୀନତା ଦିବସରେ ଯୋଗ ଦେବେ ଶର୍ମିଷ୍ଠା, ରାଜ୍ୟରୁ ଏକମାତ୍ର ମହିଳା ଭାବେ ଯୋଗ ଦେବାକୁ ଆସିଛି ନିମନ୍ତ୍ରଣ। ଦିଲ୍ଲୀ ଡାକରା ପାଇବା ପରେ ବେଶ ଖୁସି ଅଛନ୍ତି ସେ। କାହିଁକି ନା ସେ ପୂର୍ବରୁ କୋରାପୁଟ ଜିଲ୍ଲା ର ବେଷ୍ଟ ସୁଭାରଭାଇଜର ଭାବେ ବିଶ୍ୱ ମହିଳା ଦିବସର ଜିଲ୍ଲାପାଳଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି। ଆଉ ଏବେ ଦିଲ୍ଲୀ ଯିବେ ପାଖରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାର ସୁଯୋଗ ପାଇବେ ।ଏଣୁ ମନରେ ଅନେକ ଖୁସି ରହିଛି। ସର୍ମିଷ୍ଠା ଙ୍କୁ ଦିଲ୍ଲୀ ଡାକରା ପାଇବା କୋରାପୁଟଜିଲ୍ଲାର ଏବଂ ବୋରିଗୁମ୍ମା ବ୍ଲକ ପାଇଁ ଏକ ଗୌରବ ଆଣିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି