ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି ଆର ପାଟିଲଙ୍କୁ ସାକ୍ଷାତ କରିଛନ୍ତି। ଏନେଇ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲି। ଏହି ଅବସରରେ ମହାନଦୀ ଜଳ ସମସ୍ୟା ଏବଂ ଏହାର ନିରପେକ୍ଷ ଓ ନ୍ୟାୟସଙ୍ଗତ ସମାଧାନ ବିଷୟରେ ଆଲୋଚନା କରିଥିଲି। ଏହାସହ ତାଙ୍କୁ 'ଭିଜନ ଓଡ଼ିଶା ୨୦୩୬ । ୨୦୪୭' ପ୍ରଦାନ କରିଥିଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା