ନୂଆଦିଲ୍ଲୀ, ୦୬ ଅଗଷ୍ଟ (ହି.ସ.) - କଂଗ୍ରେସ ସଭାପତି ଏବଂ ରାଜ୍ୟସଭାରେ ବିରୋଧି ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଏକ ଚିଠି ଲେଖି ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଉପରେ ତୁରନ୍ତ ଆଲୋଚନା କରିବାକୁ ଦାବି କରିଛନ୍ତି । ସେ କହିଥିଲେ ଯେ, ଏହି ପ୍ରସଙ୍ଗ କୋଟି କୋଟି ଭୋଟର ବିଶେଷ କରି ସମାଜର ଦୁର୍ବଳ ଏବଂ ବଂଚିତ ବର୍ଗଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ଏବଂ ଏହାକୁ ସଂସଦରେ ବିଚାର କରାଯିବା ଗୁରୁତ୍ୱପୂର୍ଣ୍ଣ । ଖଡ଼ଗେ ଏହି ଚିଠିକୁ ଏକ୍ସ ରେ ସେୟାର କରିଛନ୍ତି । ଏଥିରେ କୁହାଯାଇଛି ଯେ ଏହି ପ୍ରକ୍ରିୟା ନିର୍ବାଚନ କମିଶନ ବିହାରରୁ ଆରମ୍ଭ କରିଛନ୍ତି ।
ଏହା ପରେ ପଶ୍ଚିମବଙ୍ଗ, ଆସାମ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ସମୀକ୍ଷା କରାଯିବ । ସଂସଦର ଚଳିତ ଅଧିବେଶନ ଆରମ୍ଭରୁ ବିରୋଧି ଦଳର ସାଂସଦମାନେ ଏହି ବିଷୟରେ ଆଲୋଚନା ପାଇଁ ଦାବି କରିଆସୁଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ