ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ଉପରେ ଆଲୋଚନାଚକ୍ର
ବଲାଙ୍ଗିର, 6 ଅଗଷ୍ଟ (ହି.ସ.) ଗତକାଲି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର କଦମପଡା ବଲାଙ୍ଗୀର ଠାରେ ଭାଗବତ ମଧ୍ଯରେ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା ।ଏହି ଆଲୋଚନାଚକ୍ର ଅଖିଳ ଭାରତୀୟ ସାହିତ୍ଯ ପରିଷଦ ବଲାଙ୍ଗୀର ଶାଖା ର ସଭାପତିତ୍ବ ରେ ଅନୁଷ୍ଠିତ ହୋ
ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ଉପରେ  ଆଲୋଚନାଚକ୍ର


ବଲାଙ୍ଗିର, 6 ଅଗଷ୍ଟ (ହି.ସ.) ଗତକାଲି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର କଦମପଡା ବଲାଙ୍ଗୀର ଠାରେ ଭାଗବତ ମଧ୍ଯରେ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା ।ଏହି ଆଲୋଚନାଚକ୍ର ଅଖିଳ ଭାରତୀୟ ସାହିତ୍ଯ ପରିଷଦ ବଲାଙ୍ଗୀର ଶାଖା ର ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ଏହି ଆଲୋଚନାଚକ୍ର ରେ ବକ୍ତବ୍ଯ ରଖିଥିଲେ ଡକ୍ଟର ଅଭୟ କୁମାର ନାୟକ ସଭାପତି ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଓଡିଶା।ସେ ନାଇଜର ସଂସ୍ଥା ର କୁଳ ସଚିବ ଥିଲେ ।ସେ ଭାଗବତ ଉପରେ ଅନେକ ପୁସ୍ତକ ତଥା ଜଗନ୍ନାଥ ଙ୍କ ଉପରେ ଅନେକ ପୁସ୍ତକ ଲେଖିଛନ୍ତି ।ଛାତ୍ର ମାନଙ୍କୁ ସେ ଅଧ୍ୟୟନ ଉପରେ ଗୁରୁତ୍ବ ପ୍ରଦାନ କରି ବୈଜ୍ଞାନିକ ଭାବ ସୃଷ୍ଟି କରିବା ପ୍ରସଙ୍ଗ ଉପରେ ରାଷ୍ଟ୍ର ପତି ଅବଦୁଲ କାଲାମ ଙ୍କର ଜୀବନ ଉପରେ ସୁନ୍ଦର କଥା ମାନ ରଖିଲେ ।ଡକ୍ଟର ରବିନ୍ଦ୍ର ନାରାୟଣ ମିଶ୍ର ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଜଗତସିଂହପୁର ଶାଖା ର ସଭାପତି ।ସେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ।ଜଣେ ପଣ୍ଡିତ ଓ କର୍ମ କାଣ୍ଡ ବିଦ୍ ।ସେ ବିଦ୍ୟା ଉପରେ ସଂସ୍କୃତ ଶ୍ଳୋକ କୁ ଆଧାର କରି ସୁନ୍ଦର ଭାଷାରେ ଚରିତ୍ର ଗଠନ ଉପରେ ଅତି ଉପାଦେୟ ଉପଦେଶ ମାନ କହିଥିଲେ ।ଛାତ୍ର ମାନଙ୍କ ଠାରେ ଆନନ୍ଦ ମୟ ଶିକ୍ଷା ର ମାହୋଲ ସୃଷ୍ଟି ହୋଇଥିଲା ।ଏହି କାର୍ଯ୍ୟକ୍ରମ ଶିଶୁମନ୍ଦିର ମମତା ଗୁରୁମା ପରିଚାଳନା କରିଥିଲେ ।ଶିବ ଗୁରୁଜୀ ତଥା ତ୍ରିନାଥ ଗୁରୁଜୀ ମଞ୍ଚାସୀନ ଥିଲେ ।ସଭାପତି ନିଜର ଅଭିଭାଷଣ ପ୍ରସଙ୍ଗରେ ଛାତ୍ର ମାନେ ଜଣେ ଜଣେ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଇ ଶିଶୁମନ୍ଦିର ରେ ଅତୀତରେ ଦୁଇଜଣ ଛାତ୍ର ବୈଜ୍ଞାନିକ ହେବା କହିଥିଲେ ।ମେଟ୍ରିକ ପରୀକ୍ଷାରେ ଯେପରି ଆହୁରି 90% ରୁ ଅଧିକ ଆଣି ପାସ କରିବା କୁ ସେ ଉତ୍ସାହିତ କରିଥିଲେ ।ଦୁଇ ଘଣ୍ଟିଆ ଏହି କାର୍ଯ୍ୟକ୍ରମ ରେ ଧନ୍ୟବାଦ ପ୍ରଦାନ କରିଥିଲେ ଗୁରୁଜୀ ଶିବ ସତପଥୀ ।ପ୍ରଧାନ ଗୁରୁଜୀ ସନାତନ ମିଶ୍ର କେନ୍ଦୁଝର ପ୍ରଶିକ୍ଷଣ ପାଇ ଯାଇଥିବା ହେତୁ ସହ ପ୍ରଧାନ ଆଚାର୍ଯ୍ଯ ଦିନର ମହତ୍ବ ଉପରେ ସୂଚନା ଦେଇଥିଲେ ।ବିଜୁଳୀ ର ଅଭାବ ସତ୍ତ୍ବେ ସଭା ଅତି ଶୃଙ୍ଖଳିତ ଭାବରେ ସମାପ୍ତ ହୋଇଥିଲା ।ଏବଂ ଠିକ ସମୟରେ ଛାତ୍ର ଛାତ୍ରୀ ଙ୍କର ଛୁଟି ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande