ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ଚାରି ପଦକ
ବଲାଙ୍ଗିର, 6 ଅଗଷ୍ଟ (ହି.ସ.) ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲ ରେ ସିଆଇଏସ୍‌ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର ୧୪ ବର୍ଷ ବାଳକ ୪୧-୪୫ କେଜି ଖିଋଗୀ (ଫାଇଟ
ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ଚାରି ପଦକ


ବଲାଙ୍ଗିର, 6 ଅଗଷ୍ଟ (ହି.ସ.)

ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲ ରେ ସିଆଇଏସ୍‌ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର ୧୪ ବର୍ଷ ବାଳକ ୪୧-୪୫ କେଜି ଖିଋଗୀ (ଫାଇଟ) ବିଭାଗରେ ସ୍ୱର୍ଣ୍ଣ ପଦକ, ପ୍ରିୟମ ସାହୁ ୫୧-୫୫ କେଜି ଖିଋଗୀ ରେ ସ୍ୱର୍ଣ୍ଣ ପଦକ, ଶୁଭମ୍ ମେହେର ୪୫-୪୮ ଖିଋଗୀ ରେ ରୌପ ପଦକ, ସାନଭି ପ୍ରଧାନ ୧୨-୧୪ ବର୍ଷ ୩୮ କେଜି ଉର୍ଦ୍ଧ୍ୱ ବାଳିକା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ଶ୍ରେୟାଂଶ, ପ୍ରିୟମ ଓ ଶୁଭମ୍ ଓଡିଶା ରୁ ଭାଗ ନେବେ ବୋଲି ଟାଇକଣ୍ଡୋ କୋଚ ଅସୀମ ଭୋଇ ସୂଚନା ଦେଇଛନ୍ତି । ଟାଇକଣ୍ଡୋ ଛାତ୍ର ଛାତ୍ରୀଙ୍କ ଏଭଳି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ଅସୀମ କୁମାର ଭୋଇ, ସଭାପତି ହେମନ୍ତ ପଣ୍ଡା, ଓଡିଶା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ରିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ରାଉରକେଲା, କେନ୍ଦୁଝର, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande