ଦଧିବାମନଙ୍କ ମନ୍ଦିରରେ ଝୁଲଣ ଯାତ୍ରା
ଘଟଗାଁ, ୦୬ ଅଗଷ୍ଟ(ହି.ସ.) – ଆନନ୍ଦପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଦଧିବାମନ ଜୀଉଙ୍କ ଝୁଲଣ ଯାତ୍ରା ଶ୍ରାବଣମାସ ଶୁକ୍ଳ ଦଶମୀ ତିଥିରୁ ମନ୍ଦିର ପରିସରରେ ବହୁ ଯାକଜମକରେ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଏହି ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଶ୍ରାବଣ ପୂର୍ଣମୀ ଦିନରେ ଶେଷ ହେବ। ମହାପ୍ରଭୁ
ଦଧିବାମନଙ୍କ ମନ୍ଦିରରେ ଝୁଲଣ ଯାତ୍ରା( ଫଟୋ)


ଘଟଗାଁ, ୦୬ ଅଗଷ୍ଟ(ହି.ସ.) – ଆନନ୍ଦପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଦଧିବାମନ ଜୀଉଙ୍କ ଝୁଲଣ ଯାତ୍ରା ଶ୍ରାବଣମାସ ଶୁକ୍ଳ ଦଶମୀ ତିଥିରୁ ମନ୍ଦିର ପରିସରରେ ବହୁ ଯାକଜମକରେ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଏହି ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଶ୍ରାବଣ ପୂର୍ଣମୀ ଦିନରେ ଶେଷ ହେବ। ମହାପ୍ରଭୁ ଶ୍ରୀଦଧିବାମନଜୀଉଙ୍କ ପ୍ରତିନିଧି ଭାବେ ଶ୍ରୀମଦନମୋହନ ଓ ଭୂଦେବୀ, ଶ୍ରୀଦେବୀଙ୍କୁ ସନ୍ଧ୍ୟା ଆଳତୀ ପରେ ବେଶ କରାଯାଇ ସ୍ୱତନ୍ତ୍ର ବିମାନ ଯୋଗେ ଘଂଟ କିହାଳୀ ଶଙ୍ଖ ହୁଳହୁଳି ଧ୍ୱନୀରେ କୀର୍ତନର ତାଳେତାଳେ ଝୁଲଣ ବେଦୀରେ ଉପବେଶନ କରାଯାଇଥାଏ। ଝୁଲଣ ବେଦୀରେ ପୂଜା ଉପଚାର କରାଯାଇ ଗୋପ ଗୋପାଙ୍ଗନାଙ୍କ ମେଳରେ ଝୁଲଣ ଦୋଳିରେ ଭକ୍ତଙ୍କ ଗହଳରେ ଦୋଳି ଖେଳନ୍ତି। ଏଥିନିମନ୍ତେ ଗୋପଗୋପାଙ୍ଗନା ଚିତ୍ରପଟ୍ଟ ସହିତ ସ୍ୱତନ୍ତ୍ର ଭାବରେ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି। ମନ୍ଦିରର ରାଜ ପୁରୋହିତ ଶରତ ମିଶ୍ରଙ୍କ ମନ୍ତ୍ରପାଠରେ ଶ୍ରୀଜୀଉମାନେ ଝୁଲଣ ବେଦୀରେ ବିଜେ କରିଥାନ୍ତି। ପୂଜକ ବାବୁଲି ଦାଶ, ସୁଆର ବିଶୁ ପାତ୍ରଙ୍କ ସମେତ ମଦନ ମୋହନ ମିଶ୍ର, ପରିଚାଳକ ସୁରେନ୍ଦ୍ର ମିଶ୍ର, ମନ୍ଦିର କମିଟି, ଦେବୋତର ବିଭାଗର କର୍ମକର୍ତା ସେବାୟତ ଉପସ୍ଥିତ ଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ଝୁଲଣ ଯାତ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ଉପସ୍ଥିତରେ ଏକ ଦିବ୍ୟ ଆନନ୍ଦ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande